ବିଜେଡିର ବିଶାଳ ଆଶୀର୍ବାଦ ସମାବେଶ
।ା ପ୍ରଭାନୁ୍ୟଜ ।ା ଅନୁଗୁଳ,: ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଗଡସନ୍ତ୍ରୀ ସ୍ଥିତ ମା' ଲୋଭୀ ଠାକୁରାଣୀ ପଡିଆ ଠାରେ ବିଜୁ ଜନତା ଦଳର ବିଶାଳ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଏହି ଆଶୀର୍ବାଦ ସମାବେଶରେ ଯୋଗ ଦେଇ ଢେଙ୍କାନାଳ ଲୋକସଭା କ୍ଷେତ୍ର ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥିନୀ ସଂଯୁକ୍ତା ସିଂହଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । କିପରି ଅଧିକରୁ ଅଧିକ ଭୋଟ ପାଇ ବିଜୟୀ ହେବେ ମହିଳାମାନେ ଆଶୀର୍ବାଦ କରିଥିଲେ । ନିର୍ବାଚନ ରଣନୀତି ପ୍ର·ର ପ୍ରସାର ଦିଗରେ ଗୁରୁତ୍ୱ ଦେଇ କିପରି ଆଗକୁ ବଢ଼ିବା ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ହଜାର ହଜାର ଭୋଟ ପାଇ ବିଜୟୀ ହେବା ସେ ନେଇ ଏହି ସମାବେଶରେ ଆଲୋଚନା ହୋଇଥିଲା । ଏହି ଆଶୀର୍ବାଦ ସମାବେଶରେ ଅନୁଗୁଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଅନୁଗୁଳ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ସହପର୍ଯ୍ୟବେକ୍ଷକ ଅରୁପ ଶ୍ରୀଚନ୍ଦନ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ଲୋକସଭା କ୍ଷେତ୍ର ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ଓ ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥିନୀ ସଂଯୁକ୍ତା ସିଂହ, ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ବିପ୍ଳବ ଜେନା, ଦୁର୍ଗା ପ୍ରଧାନ, ଟାମଡା ଅଧ୍ୟକ୍ଷ ମୀନକେତନ ଅମାନ୍ତ, ବିଜେଡି ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବଅଁରପାଳ ବିଜୁ ଜନତା ଦଳର ସଭାପତି ତଥା ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ପ୍ରମୁଖ ଯୋଗ ଦେଇଥିଲେ ।