୧୩ ଦିନରେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଅନେ୍ଦାଳନ

 ଜଗତସିଂହପୁର : ଜଗତସିଂହପୁର ବ୍ଲକ ପୁନଙ୍ଗ ସ୍ଥିତ ସିଦ୍ଧବାରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ଆନେ୍ଦାଳନ ୧୩ ଦିନରେ ପହଞ୍ଚିଛି । ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆହ୍ୱାନ କ୍ରମେ କଲେଜ ମୁଖ୍ୟ ଫାଟକ ନିକଟରେ ଆନେ୍ଦାଳନ ଜାରି ରହିଛି । ଏହାଦ୍ୱାରା ପିଲାମାନଙ୍କ ପାଠ ପଢା ଠପ ହୋଇଯାଇଛି ।ସରକାର ତୁରନ୍ତ ସିଧାସଳଖ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ, ନଚେତ ଏହି ଆନେ୍ଦାଳନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ରାଜ୍ୟ ସଭାପତି ବିଶ୍ୱ ରଞ୍ଜନ ଦାସ କରିଛନ୍ତି । ଏହି ଧାରଣାରେ ଅଧ୍ୟାପକ ଓ ଅଧ୍ୟାପିକା ଦୀପ୍ତିରଞ୍ଜନ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଦେସସ ରାଏ, ଦେବାଶିଷ ସିହ୍ନା, ଅଧ୍ୟାପିକା ମୋନାଲିସା ପଣ୍ଡା, ବିନୋଦିନୀ ଶତପଥି, ସ୍ୱପ୍ନା ନିରଙ୍ଗିନୀ ମିଶ୍ର, ସସ୍ମିତା ଜେନା, ରୂପସ୍ମିତା ନାୟକ, ଶୁଭଶ୍ରୀ ତ୍ରିପାଠୀ ପ୍ରମୁଖ ସାମିଲ ଅଛନ୍ତି ।