ଯମ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ ; ଦାନ୍ତିଆମୁହାଁ ଛକରେ ଗଳାପୋଲ କେବେ?

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ଦେଇ ଅଠର ନମ୍ବର ଚେନ୍ନାଇ - କୋଲକାତା ଜାତୀୟ ରାଜପଥଟିରେ ଯାନବାହାନ ଚଳାଚଳ ସଂଖ୍ୟା ଆଶାତୀତ ଭାବେ ବଢ଼ିବା ସହିତ ଏହା ଚାରି ଲେନ ବିଶିଷ୍ଟ ହେବାପରେ ସମସ୍ତ ଯାନବାହାନର ବେଗ ମଧ୍ୟ ବୃଦ୍ଧିପାଇଛି । ଯାହାଫଳରେ ବେତନଟୀ ଠାରୁ ଆଠ କିମି ଦୂରରେ ଅବସ୍ଥିତ ଦାନ୍ତିଆମୁହାଁ ଛକ ଏହି ରାଜପଥର ମରଣଯନ୍ତା ପାଲଟିଥିଲେ ବି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସମୟରେ ଉଚିତ୍ ପଦକ୍ଷେପ ନିଆନଯିବାରୁ ଏହିଠାରେ ସଂଯୋଗ କରିଥିବା ଚିତ୍ରଡା - ମୋରଡା - ରାସଗୋବିନ୍ଦପୁରର ଷ୍ଟେଟ ହାଇୱେର ଠିକ୍ ଛକ ଉପରେ ବିଗତ ପାଞ୍ଚବର୍ଷ ମଧ୍ୟରେ ରାସ୍ତା ଦୁର୍ଘଟଣା ଯୋଗୁଁ ବହୁ ଲୋକ ମୃତାହତ ହେବା ସହିତ ବହୁ ଯାନବାହନ ମଧ୍ୟ ନଷ୍ଟ ହୋଇଛି । ଏହି ସ୍ଥାନର ଟ୍ରାଫିକ ସମସ୍ୟା ନେଇ ଦାନ୍ତିଆମୁହାଁ ଗ୍ରାମର ଲୋକେ ରାସ୍ତାରୋକ କରିବା ସହିତ ଲିଖିତ ଭାବେ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତେ୍ୱ ଏଠାରେ ବେତନଟୀ ବୈଶିଙ୍ଗା ଭଳି ଗଳା ପୋଲ କରାଯାଇନାହିଁ । ଅଞ୍ଚଳବାସୀଙ୍କ ଜୀବନ ସହିତ ଖେଳ ଖେଳୁଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ନିରବଦ୍ରଷ୍ଟା ସାଜିଥିବାରୁ କେତେ ମୁଣ୍ଡ ଆଉ ଗଡିଲେ ଏଠାରେ ଓଭର ବ୍ରିଜ ନିର୍ମାଣ ହେବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି । ତେବେ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ସବାଇ ଘାସରୁ ପ୍ରସ୍ତୁତ ଦଉଡିର ହାଟ ସପ୍ତାହରେ ଦୁଇ ଥର ଗୁରୁବାର ଓ ରବିବାରରେ ବସିଥାଏ । ଯେଉଁଠି କୋଟି କୋଟି ଟଙ୍କାର ଦଉଡି ବ୍ୟବସାୟ ହୋଇଥାଏ । ଏଣୁ ଜାତୀୟ ରାଜପଥରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା କଞ୍ଚାମାଲ ଦଉଡି ଏହି ହାଟକୁ ଆସୁଥିବା ଲୋକ ଓ ଯାନବାହାନ ଏହି ଛକ ଦେଇ ଯାତାୟତ କରୁଥିବା ହେତୁ ଦୁର୍ଘଟଣା ଘଟିଥାଏ । ଏହାସହିତ ଜାତୀୟ ରାଜପଥରୁ ୬୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଛକଟି ସବୁଠାରୁ ବିପଦଜନକ ହୋଇ ପଡିଥିଲେ ସୁଦ୍ଧା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅର୍ଯୁନ ଚନ୍ଦ୍ର ପାତ୍ର ଗଣମାଧ୍ୟମ କହିଛନ୍ତି । ଏଠାକାର ବିଭିନ୍ନ ସଂଗଠନ ଓ ବ୍ୟବସାୟୀ ସଂଘ ଅଞ୍ଚଳବାସୀ ନିର୍ବାଚିତ ଜନ ପ୍ରତିନିଧିମାନେ ଏଠାରେ ଗଳା ପୋଲ ସହିତ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରିବା ସହିତ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ଦାୟିତ୍ୱହୀନତାକୁ ସତର୍କ କରି ଦିଆଯାଇଛି । ତା ନ ହେଲେ ଏହି ଠାରେ ରାସ୍ତାରୋକ୍ କରାଯାଇ ପ୍ରତିବାଦ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି ।