ପୀଠ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ପୁରୀ : ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦବାହିନୀ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋବର୍ନ୍ଧନ ପୀଠରେ ସତ୍ସଙ୍ଗ ଭବନରେ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୨ଥର ହନୁମାନ ଚାଳିଶା ପାଠ କରାଯାଇଥିଲା । ଶଙ୍କରାଚାର୍ଯ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିଥିଲେ । ଆସନ୍ତା ଶଙ୍କର ଜୟନ୍ତୀରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ରଥଯାତ୍ରା ସମୟରେ ସେବା ଯୋଗାଇଦେବା ପାଇଁ ସଂଗଠନର କାର୍ଯ୍ୟ ଧାରା ଉପରେ ଆଲୋଚନା କରାଯାଇଥିଲା । ଆଦିତ୍ୟବାହିନୀ ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ସଭ୍ୟ ସଂଖ୍ୟା ବୃଦ୍ଧି କରାଯିବ । ବିଭିନ୍ନ ସ୍ଥାନରେ ଶାଖା ଖୋଲାଯିବ ବୋଲି ବୈଠକରୁ ସୂଚନା ମିଳିଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମସ୍ତ ବିଭାଗର ଉପସଭାପତି, ସଂଗଠକ ସଚିବ, ସଂପର୍କ ସଚିବ ଓ କ୍ଷେତ୍ରୀୟ ସଂପାଦକମାନ ବୈଠକରେ ଯୋଗଦାନ କରିଥିଲେ ।