ଗାଁରେ ପହଞ୍ଚôଲା ଏମ୍ସ ଡାକ୍ତରୀ ଛାତ୍ରଙ୍କ ମୃତଦେହ

 ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ନିହଲପ୍ରସାଦ ଥାନା ଅନ୍ତର୍ଗତ ବୈଦକାଟେଣୀର ଡାକ୍ତରୀ ଛାତ୍ର ଯାଦବେନ୍ଦ୍ର ସାହୁଙ୍କ ମୃତଦେହ ଆସି ଗାଁରେ ପହଁଚିଛି  । ଯାଦବେନ୍ଦ୍ର  ବିହାରର ପାଟନା ଠାରେ ଥିବା ଏମ୍ସ  ମେଡିକାଲ କଲେଜରେ ପ୍ରଥମ ବର୍ଷ ପିଜି ଡାକ୍ତର ଭାବେ ଅଧ୍ୟୟନ ଥିବାବେଳେ ହଷ୍ଟେଲରୁ ସନେ୍ଦହ ଜନକ ଭାବେ ଗତ ୧୮ ତାରିଖରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା  । ତେବେ ଦୀର୍ଘ ୫ଦିନ ପରେ ମୃତକଙ୍କ ମା, ଭାଇ ଓ ପିଉସା ମଙ୍ଗଳବାର ସନ୍ଧ୍ୟା ୫ ଟାରେ ବୈଦକାଟେଣୀରେ ପହଞ୍ଚି ଥିଲେ । ଗ୍ରାମବାସୀଙ୍କ ତରଫରୁ ମୃତ ଯାଦବେନ୍ଦ୍ର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗ୍ରାମ ପରିକ୍ରମା କରି  ଶବଦାହ ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ  ଯାଇଥିଲେ  । ଏ ଅବସରରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ଯୋଗେବେନ୍ଦ୍ର ସାହୁଙ୍କ ଶିକ୍ଷା ଦେଇଥିବା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶଙ୍କର୍ଷଣ ବ୍ରହ୍ମ କହିଥିଲେ ଯେ ଯୋଗେବେନ୍ଦ୍ର ଜଣେ ମେଧାବୀ ଛାତ୍ର ଥିଲେ ସେ ୨୦୦୮ ମସିହାରେ ତୃତୀୟ ଶ୍ରେଣୀରେ ବୃତ୍ତି ପାଇଥିବା ବେଳେ ୨୦୧୦ ମସିହାରେ ନବୋଦୟ ପାଇଥିଲେ ସେ ଆତ୍ମହତ୍ୟା କରିଥିବା କଥା ବିଶ୍ୱାସ କରିପାରୁନଥିବା ବେଳେ, ହତ୍ୟା କରାଯାଇଛି ବୋଲି ସନେ୍ଦହ ପ୍ରକଟ କରିଛନ୍ତି ।
ମୃତଙ୍କଙ୍କ ଘରେ ଗଁଦିଆ ତହସିଲଦାର ସତ୍ୟଜିତ ମହାପାତ୍ର ପହଁଚି  ମୃତକଙ୍କ ପରିବାରକୁ ସାନ୍ତନା ସହ ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ  । ମୃତକଙ୍କ ମା ସୀତା ସାହୁ କହିଛନ୍ତି ମୋ ପୁଅ ମରିନାହିଁ ତାକୁ ମାରିଦିଆଯାଇଛି ମୋ ପୁଅ ସବୁଠାରୁ ଶାନ୍ତ ସରଳ ସ୍ୱଭାବର ପିଲା ତାନାରେ କୌଣସି ଅଭିଯୋଗ ନଥିଲା ସରକାର ସଠିକ ତଦନ୍ତ କରିବାକୁ ମା ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି  । ମୃତକ ଭାଇ କହିଛନ୍ତି ତାଙ୍କ ଡାହାଣ ହାତରେ ସିରିଞ୍ଜି ଛୁଞ୍ଚି ଲାଗିଥିବାର ଦେଖି  ତାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ , ୨ ଦିନ ପର୍ଯ୍ୟନ୍ତ ପୁଲିସ ଓ ଏମ୍ସ କତ୍ତୁପକ୍ଷ ଶୁଣିନଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ଫୋନ ଯୋଗେ ବିହାର ସରକାରଙ୍କ ସହ ଆଲୋଚନା କରିବା ପରେ ପୁଲିସ ଅଭିଯୋଗ ରଖିଥିଲା ଓ ୨୧ ତାରିଖରେ ଅନ୍ୟ ଏକ ଚିକିସôାଳୟରେ ଯାଦବେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା ବୋଲି କହିଥିଲେ  ।