ନୂତନ ବିଡ଼ିଓ ଓ ଆଇଆଇସିଙ୍କୁ ସମ୍ବର୍ଦ୍ଧନା
ବୋରିଗୁମ୍ମା : ବୋରିଗୁମ୍ମା ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦାନ ଦେଇଥିବାବେଳେ ବୋରିଗୁମ୍ମା ଥାନାରେ ନୂତନ ଆଇଆଇସି ଭାବେ ଶ୍ୱେତପଦ୍ମା ସେଠ ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୋରିଗୁମ୍ମା ବିଜେପି ମଣ୍ଡଳ ସଭାପତି ବିଘ୍ନେଶ୍ୱର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ନୂତନ ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ ଓ ନୂତନ ଆଇଆଇସି ଶ୍ୱେତପଦ୍ମା ସେଠଙ୍କୁ ଫୁଲତୋଡା ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଉଭୟଙ୍କୁ ଗ୍ରାମର ମୌଳିକ ସମସ୍ୟା ବିଷୟରେ ଅବଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ରାଜ ସିଂ, ସରୋଜ କୁମାର ପାଣିଗ୍ରାହୀ, ଶଙ୍କର ମହାନ୍ତି, ସିମାଞ୍ଚଳ ମହାରଣା, ବସନ୍ତ ମେହେର, ନରହରି ପେଣ୍ଠିଆ, ଗଜେନ୍ଦ୍ର ବିଶୋଇ, ଧନପତି ନାୟକ, ସବ୍ୟସାଚୀ ଗୌଡ଼, ସହ ବିଜେପି କର୍ମୀ ଉପସ୍ଥିତ ଥିଲେ ।