ଅସୁରକ୍ଷିତ ବୁଢା ନଦୀ ପୋଲ
ାା ପ୍ରଭାନୁ୍ୟଜ ।ା ବରୁଅାଁ : ଯାଜପୁର-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥର ବୁଢ଼ା ନଦୀପୋଲର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି । ପୋଲର ଉଭୟପଟ ବାଡା ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା ବେଳେ ପୋଲ ଉପରେ ପୁରୁଷେ ଉଚ୍ଚର ଅନାବନା ଗଛ ଦୃଶ୍ୟମାନ ହେଉଛି । ରାତି ପାହିଲା ଠାରୁ ପୁଣି ରାତି ହେବା ପର୍ଯ୍ୟନ୍ତ ଏହି ବ୍ୟସ୍ତ ବହୁଳ ରାସ୍ତାରେ ସାଧାରଣ ଲୋକଙ୍କ ବ୍ୟତୀତ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଗାଡ଼ି ଚାଲିଛି । ହେଲେ ଏ ପୋଲର ଜରାଜୀର୍ଣ୍ଣ ଅବସ୍ଥା କାହାରି ନଜରରେ ଆସୁନାହିଁ । ବେପରୁଆ ଗାଡି ଚାଳକ ମାନେ କେତେ ବେଳେ ଅସୁବିଧାରେ ନ ପଡ଼ିବେ ଏକଥାକୁ ଏଡାଇ ଦିଆଯାଇ ନପାରେ । ଜିଲା ପ୍ରଶାସନ ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ନେଇ ପୋଲ ଉପରୁ ଅନାବନା ଗଛଗୁଡିକୁ ସଫାକରିବା ସହିତ ଉଭୟପଟ ବାଡାର ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି ।