ମୁକୁଳା ଟ୍ରାନ୍ସଫର୍ମର

  ଯାଜପୁର ସଦର : କୌଣସି ଘଟଣା ଦୁର୍ଘଟଣା ଏଡ଼ାଇବାକୁ ବିଦୁ୍ୟତ ବିଭାଗ ତାର ସଂସ୍କାରନୀତିରେ ଟାନ୍ସଫରମର ଚାରିପାଖକୁ ଆବଦ୍ଧ କରୁଛି । ବିଶେଷ କରି ସହରାଞ୍ଚଳ ଏବଂ ରାସ୍ତାପାଶ୍ୱର୍ ଟ୍ରାନ୍ସଫରମରକୁ ଅଗ୍ରାଧିକାର ଭିତିରେ ଆବଦ୍ଧ କରାଯାଉଥିବା କଥା କୁହାଯାଉଛି । ହେଲେ ଯାଜପୁର ପୈାରାଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୈାରାଞ୍ଚଳର ବିଭିନ୍ନ ୱାର୍ଡ଼ର ରାସ୍ତାକଡ ଟ୍ରାନ୍ସଫରମର ଗୁଡ଼ିକ ଖୋଲା ମେଲାରେ ରହିଛି । ଯେଉଁ ଟ୍ରାନ୍ସଫରମର ପାଖରେ ପଡ଼ିଥିବା ଆଳିଆରୁ ଖାଦ୍ୟ ସଂଗ୍ରହ ପାଇଁ ଗାଇଗୋରୁ ହୁଅନ୍ତୁ କି କୁକୁର ବିତରଣ କରୁଛନ୍ତି । କୈାଣସି ସମୟରେ କୈାଣସି ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ହେଲେ ଏହା ବିଭାଗର କିଭଳି ନଜର ପଡ଼ୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ବିଭାଗ ଏଥିପ୍ରତି ଯତ୍ନବାନ ହେବାକୁ ସାଧାରଣରେ ଦାବି କରାଯାଇଛି ।