ନୂତନ ଯାଦବ ଭବନ ପ୍ରତିଷ୍ଠା

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ଠାରେ ଗୋଲାମୁଣ୍ଡା ଯାଦବ ମହାସଭାର ନୂତନ ବ୍ଳକ ସ୍ତରୀୟ ଯାଦବ ଭବନ ବୁଧବାର ଉଦଘାଟନ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭାର ସଭାପତି ଗିରିଧାରୀ ତେଜି ଓ ସଂପାଦକ ପରିକ୍ଷିତ ଖର୍ସେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ପୁର୍ବତନ ବିଧାୟକ ମୌଷଧି ବାଗ ଏବଂ ଉକôଳ ଯାଦବ ମହାସଭା ଉପ ସଭାପତି ତଥା କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ପ୍ରମୁଖ ଉପସ୍ଥିତ ରହି ନୂତନ ଭବନର ଫିତା କାଟି  ଉଦଘାଟନ କରିଥିଲେ । ଏହି ଅବସରରେ ଭବନ ସମ୍ମୁଖରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ନାମ ଯଜ୍ଞରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ମାନଙ୍କୁ  ସାତଟି ଯାଦବ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ନାମ ଯଜ୍ଞ ଟିକୁ ଜାରି ରଖିଛନ୍ତି । ଏହି ନାମ ଯଜ୍ଞରେ ଗିରିଧାରୀ ତେଜି ଓ ତାଙ୍କ ଧର୍ମପନôୀ ପିଙ୍କି ତେଜି କର୍ତ୍ତା ଭାବରେ କାମ ତୁଲାଉଛନ୍ତି । ସେହିଭଳି ଗୋଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ଉପ ସଭାପତି ସଦାଶିବ ବେମାଲ, ଯୁଗ୍ମ ସଂପାଦକ ଉମାକାନ୍ତ କଟା ଓ କୋଷାଧ୍ୟକ୍ଷ ରୋମାଞ୍ଚଲ ତେଜି, ଡୁଡୁକେଲ ଗ୍ରାମର ରାମ କୃଷ୍ଣ ବଗର୍ତ୍ତି ଭୁମିଦାନ କରି ସହଯୋଗ କରିଥିଲ । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରୁ ଯାଦବ ମାନେ  ଉପସ୍ଥିତ ରହି ସହଯୋଗ କରିଥିଲେ ।