ମୃତ ସାମ୍ବାଦିକ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଓଡିଶା ଭାସ୍କର ଖବର କାଗଜର ପୂର୍ବତନ ଜିଲ୍ଲା ସାମ୍ବାଦିକ ରଞ୍ଜନ ପଟ୍ଟନାୟକଙ୍କ ମୃତୁ୍ୟ ପରେ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଓଡିଶା ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏ ସଂମ୍ପର୍କରେ ତାଙ୍କ ପରିବାରକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପତ୍ର ସଂଖ୍ୟା ୮୪୭୯ ଓ ମେମୋ ସଂଖ୍ୟା ୮୪୮୩ ଅନୁଯାୟୀ ଅତିରିକ୍ତ ସଚିବ ଅବଗତ କରିଛନ୍ତି । ଏହି ସହାୟତା ରାଶି ତାଙ୍କ ଧର୍ମ ପନôୀ ଶ୍ରୀମତି ସବିତା ପଟ୍ଟନାୟକଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ପ୍ରେରଣ କରାଯାଇଛି । ଏହି ସହାୟତା ରାଶି ପାଇ ପରିବାର ପକ୍ଷରୁ ସରକାରଙ୍କ ସମେତ ନବରଙ୍ଗପୁର ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।