ନୋବେଲ ବିଜେତା ପ୍ରଫେସର ମାଇକେଲ  କ୍ରେମରଙ୍କ କୃଷି ଭବନ ପରିଦର୍ଶନ 

 ଭୁବନେଶ୍ୱର:   ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର ଓ ତାଙ୍କର ୧୨ ଜଣିଆ ଦଳ  ଆଜି କୃଷି ଭବନ ପରିଦର୍ଶନ  କରିଛନ୍ତି । ରାଜ୍ୟର ଚାଷୀ ସମାଜ ମଧ୍ୟରେ ପାଣିପାଗ ପୂର୍ବାନୁମାନ ପ୍ରସାରଣ ଓ ଏହାର ଆବଶ୍ୟକତା, ବୈଧତା ଏବଂ ଗ୍ରହଣୀୟତା ବିଷୟରେ ଆଲୋଚନା କରିବା ପାଇଁ କୃଷି ଭବନରେ ଏକ ବୈଠକର ଆୟୋଜନ କରାଯାଇଥିଲା । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଉପସ୍ଥିତିରେ କୃଷି ଭବନ ସମ୍ମିଳନୀ କକ୍ଷରେ ପ୍ରଫେସର କ୍ରେମର କୃଷି ସମୃଦ୍ଧି ହେଲ୍ପଲାଇନର ଭୂୟସୀ ପ୍ରଶଂସା କରିଥିଲେ  । ଶ୍ରୀ କ୍ରେମର କହିଛନ୍ତି ଯେ, କୃଷି ସମୃଦ୍ଧି ହେଲ୍ପଳାଇନ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ ଜଳବାୟୁ ପ୍ରତିକୂଳ ପରିସ୍ଥିତିରୁ ତାଙ୍କ ଫସଲକୁ ରକ୍ଷା କରିବାରେ ସାହାଯ୍ୟ କରିବ । ବର୍ଷା, ତାପମାତ୍ରା ଏବଂ ଆର୍ଦ୍ର୍ରତାକୁ ବିଚାରକୁ ନେଇ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ  ପୂର୍ବାନୁମାନ ପ୍ରଚଳନ କରିବାକୁ ମଧ୍ୟ ମତ ଦେଇଥିଲେ ଏବଂ ଅସ୍ୱାଭାବିକ ପାଗ ଯୋଗୁଁ ଫସଲକୁ କ୍ଷତି ହେବାରୁ ରକ୍ଷା କରିବା ପାଇଁ ଏଆଇ କିପରି ସର୍ବୋତ୍ତମ ଭାବରେ, ସତର୍କତାମୂଳକ ଏବଂ ପ୍ରତିରୋଧକ ପଦକ୍ଷେପ ନେଇପାରିବ ସେ ବିଷୟରେ ଅବଗତ କରାଇଥିଲେ । ବିଭାଗ ଦ୍ୱାରା ପ୍ରଚଳିତ କୃଷି ସମୃଦ୍ଧି ହେଲ୍ପଳାଇନ ମଡେଲ ସହିତ ଏକ ବହୁବିଧ ପାଗ ପୂର୍ବାନୁମାନ ମଡେଲକୁ ସମନ୍ୱିତ କରିବା ସମୟର ଆବଶ୍ୟକତା ବୋଲି ସେ ଆଲୋକପାତ କରିଥିଲେ । ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ବିଭାଗର ବିଭିନ୍ନ ଜଳବାୟୁ ଅନୁକୂଳ କୃଷି ଯୋଜନା ଉପରେ ଆଲୋକପାତ କରିଥିଲେ । ପ୍ରଫେସର କ୍ରେମର ବିଭାଗର ପଦକ୍ଷେପଗୁଡ଼ିକର ଉଚ୍ଚÿ ପ୍ରଶଂସା କରିଥିଲେ ଏବଂ ଜ୍ଞାନ ଓ ବିଶେଷଜ୍ଞତାର ଉତ୍ପନ୍ନ-ଲାଭ ବାଣ୍ଟିବା ପାଇଁ ବିଭାଗ ସହିତ ଏକ ସହଭାଗିତା କାମନା କରିଥିଲେ ।