ରାମଲାଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଅଯୋଧ୍ୟାରେ ଓଡିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣର ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପରିବାର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବା ସହ ଓଡିଶା ଓ ଦେଶର ଉନ୍ନତି କାମନା କରି ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଅଯୋଧ୍ୟାରେ ଓଡିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ । ଏଥିଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମୁଁ କଥା ହେବି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଓଡିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି । ଏଣୁ ସେମାନଙ୍କ ରହିବା ସୁବିଧା ଲାଗି ଓଡିଶା ସରକାର ଅତିଥି ଭବନ ନିର୍ମାଣ କରିବେ । ଉତ୍ତର ପ୍ରଦେଶ ସରକାର ଜମି ଯୋଗାଇଦେବା ମାତ୍ରେ ଅତିଥି ଭବନ ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।