ନ୍ୟାସନାଲ ହେରାଲ୍ଡ ସ୍କାମ ବିରୁଦ୍ଧରେ  ; ସୋନିଆ ଓ ରାହୁଲ୍‌ଙ୍କ କୁଶ ପୁତ୍ତଳିକା ଜାଳିଲା ବିଜେପି ଯୁବମୋର୍ଚ୍ଚା

କେନ୍ଦୁଝର : ନ୍ୟାସନାଲ ହେରାଲ୍ଡ ସ୍କାମରେ ସିଧା ସଳଖ ସଂପୃକ୍ତ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଶୁକ୍ରବାର ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ଶତାଧିକ ଯୁବ କର୍ମୀ କେନ୍ଦୁଝର ସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।  ସହିଦ୍‌ ସଦନ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ କର୍ମୀ ବାହାରି ଲାବଣ୍ୟ ଛକ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭାରତୀୟ ଜନତା ପାର୍ଟି, କେନ୍ଦୁଝର ଜିଲାର ସାଧାରଣ ସମ୍ପାଦକ ତଥା ଯୁବମୋର୍ଚ୍ଚା ପ୍ରଭାରୀ ଅନୁବ୍ରତ ବେହେରା, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ପ୍ରକାଶ ମଲ୍ଲିକ, ଜିଲା ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡା ଏବଂ ରୁଦ୍ର ପ୍ରସାଦ ବେହେରା, ଯୁବନେତା ଜିଲା ଉପ ସଭାପତି ଆନିଦ୍ୟ ବେହେରା, ଅଶ୍ୱିନୀ ମହାନ୍ତ, ସମ୍ପାଦକ ବିଷ୍ଣୁ ତ୍ରୀପାଠୀ, ସଚ୍ଚିଦାନନ୍ଦ ବେହେରା, ରୁପେଶ ଚନ୍ଦ୍ର ରଣା, ଓବିସି ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ରାଉତ, ଅସିତ୍‌ ନନ୍ଦନ ମହାନ୍ତି, ନଗର ସଭାପତି ପଙ୍କଜ ଦ୍ୱିବେଦୀ, ଜଗମୋହନ କର, ସୁରଜ୍‌ ବାରିକ୍‌ , ଜିଲା ଉପ ସଭାପତି ଗୋପୀନାଥ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ, ଶିବ କୁମାର ରାଠୋର, ଜିଲା ମିଡିଆ ସଂଯୋଜକ ବ୍ରଜ କିଶୋର ରାୟଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଏବଂ ଜିଲା ଯୁବ ନେତୃତ୍ୱ ସାମିଲ ଥିଲେ ।