୧୫ ବର୍ଷର ଗର୍ଭବତୀ ନାବାଳିକା ପୋଡ଼ି ହତ୍ୟା ଘଟଣା: ବାପା ଓ ମା’ଙ୍କୁ ଆଜୀବନ କରାଦଣ୍ଡାଦେଶ

୧୫ ବର୍ଷର ଗର୍ଭବତୀ ନାବାଳିକା ପୋଡ଼ି ହତ୍ୟା ଘଟଣା: ବାପା ଓ ମା’ଙ୍କୁ ଆଜୀବନ କରାଦଣ୍ଡାଦେଶ

ଯାଜପୁର : ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅଞ୍ଚଳରେ ୧୫ ବର୍ଷର ଗର୍ଭବତୀ ନାବାଳିକାକୁ ବାପା ମା ହତ୍ୟା କରି ପୋଡ଼ିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ମାଙ୍କୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ l ୨୦୧୬ ମସିହାରେ ଘଟିଥିଲା ଏହି ଅଭାବନୀୟ ଘଟଣା l ନାବାଳିକା ଝିଅ ଗର୍ଭବତୀ ଥିବା ଜାଣି ବାପା ମା ହତ୍ୟା କରି ପୋଡ଼ିଦେଇଥିଲେ l ଅଭିଯୁକ୍ତ ବାପା ମା ହେଲେ ନକୁଳ ଜେନା ଓ ସଂଜୁ ଜେନା । ୩ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଆଦେଶ ଦେଇଛନ୍ତି।