ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର ଆହତ

 କେନ୍ଦୁଝର: ଝୁମ୍ପୁରା ବ୍ଲବ ବାଲିବନ୍ଧ ପଞ୍ଚାୟତର ରଜାବସା ଠାରେ ବାଇକକୁ ଟଲର ଧକ୍କ୍ା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । 
ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ ବାଲିବନ୍ଧ ପଞ୍ଚାୟତର ଶିରିଆବାହାଳ ଗ୍ରାମର ସ୍ୱର୍ଗତ୍ୱ ରହିଦାସ ମାଝିଙ୍କ ପୁଅ ପ୍ରୀତି ରଞ୍ଜନ ମାଝୀ(୨୦)ଙ୍କ ସହିତ ସେହି ଗ୍ରାମର ପୂଜା ମାଝୀ(୧୭) ଏବଂ ବାରିଆ ଥାନା ଅନ୍ତର୍ଗତ ବଳା ଗ୍ରାମର ଲାଲ ମୋହନ ମାଝୀଙ୍କ ଝିଅ ଲିଲି ମାଝୀ (୧୮) ( ଓଡି ୦୯ ଏଲ-୫୦୨୩) ନମ୍ବର ବିଶିଷ୍ଠ ବାଇକରେ ମରସୁଆଁ ପଟୁ ଝୁମ୍ପୁରା ଅଭିମୁଖେ ଯାଉଥିଲେ । ଜାତୀୟ ରାଜପଥ ୨୦ର ରଜାବସା ନିକଟରେ ପହଚିଥିବା ସମୟରେ ପ୍ରିତିରଞ୍ଜନ ମାଝୀ ଏକ ଟ୍ରକକୁ ଅତିକ୍ରମ କରୁଥିଲା ଏହି ସମୟରେ ଏକ ଟ୍ରଲର ମଧ୍ୟ ଅତିକ୍ରମ କରିବାକୁ ଚେଷ୍ଠା କରୁଥିଲା । ବାଇକ ଚାଳକ ମାନେ ମଝିରେ ପଶିଯାଇଥିଲେ ଫଳରେ ଦୁର୍ଘଟଣାର ଶିକାର ହୋଇଥିଲା । ବାଇକ ଚାଳକ ପ୍ରୀତି ରଞ୍ଜନ ମାଝୀଙ୍କ ମୁଣ୍ଡ ସଂପୂର୍ଣ୍ଣ ଭାବରେ ଦୁଇଫାଳ ହୋଇ ଯାଇଥିବା ବେଳେ ପୂଜା ମାଝୀର ମୁଣ୍ଡର ଗୋଟାଏ ପାଶ୍ୱର୍ ସଂପୂର୍ଣ୍ଣ ଭାବରେ ଫାଟି ଯାଇଥିଲା । ଘଟଣା ସ୍ଥଳରେ ପ୍ରୀତି ରଞ୍ଜନ ମାଝୀ ଏବଂ ପୂଜା ମାଝୀର ମୂତୁ୍ୟ ହୋଇଯାଇଥିବା ବେଳେ ଲିଲି ମାଝୀଙ୍କ ଗୁରୁତ୍ୱର ଆହତ ହେବା ସହିତ ଚେତା ଶୂନ୍ୟ ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିଥିବା ଅଗ୍ନିଶମ ବିଭାଗର ଗାଡିକୁ ସ୍ଥାନୀୟ ଲୋକ ଖବର ଦେବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ଗାଡି ଘଟଣା ସ୍ଥଳରେ ପହଞ୍ଚି ଆହତ ଲିଲି ମାଝୀଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ପାଇଁ ପଠାଇଥିଲେ । ଦୁର୍ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇବା ସହିତ ଉକ୍ତ ରୁଟରେ ଯାତାୟତ କରୁଥିବା ଯାନ ବାହାନ ଗୁଡିକୁ କିଛି ସମୟ ପାଇଁ ଯାତାୟତ ବନ୍ଦ କରିଦେଇଥିଲେ । ଦୁର୍ଘଟଣା ସମ୍ପର୍କରେ ଝୁମ୍ପୁରା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚô ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହେଉଥିଲେ ମଧ୍ୟ ଏହି ସ୍ଥାନରେ ବଢୁଥିବା ଦୁର୍ଘଟଣାକୁ କମାଇବା କିମ୍ବା ଦୁର୍ଘଟଣାକୁ ରୋକିବା ପାଇଁ ଜାତୀୟରାଜପଥ କର୍ତ୍ତୃପକ୍ଷ କୌଣସି ଆଖିଦୃଶିଆ ପଦକ୍ଷେପ ନେଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜାତୀୟ ରାଜପଥ ୨୦ ର ରଜାବସା ଛକ ନିକଟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ଦିଗରେ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱତନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ତରଫରୁ ଦାବି ହେଉଛି ।