ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଞ୍ଚାୟତରେ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ୱର କୃଷି ବୈଜ୍ଞାନିକ ଡ଼ ଲଷ୍ମୀପ୍ରିୟା ସାହୁ, ଜଝାଙ୍ଗ କୃଷି ବିଜ୍ଞାନକେନ୍ଦ୍ର କୃଷି ବିଶେଷଜ୍ଞ ଡ଼ ତାପସ ରଞ୍ଜନ ସାହୁ ଓ ଡ଼ ନମିତା ମହାପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକ ଓ ସହକାରୀ କୃଷି ଅଧିକାରୀ ସ୍ୱପ୍ନା ସୋନାଲି ପ୍ରଧାନ, ମହାକାଳପଡ଼ା ଉଦ୍ୟାନ କୃଷି ଅଧିକାରୀ ସୌରଭ ମହାପାତ୍ର, ବଡ଼ମୂଳବସନ୍ତ ସମିତି ସଭ୍ୟା ସ୍ମୃତିମୟୀ ମଲିକ, ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା, ସଂଗ୍ରାମ କେଶରୀ ସ୍ୱାଇଁ, ସୁବ୍ରତ କୁମାର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ କୃଷି ଓ କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ନୂତନ ପରିକଳ୍ପନା ବିକଶିତ କୃଷି ସଂକଳ୍ପ ଅଭିଯାନ ଓ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ କୃଷିର ଉନ୍ନତି ଉପରେ ଆଲୋକପାତ କରିଥିଲେ । ଏଥିରେ ବଡ଼ମୂଳବସନ୍ତ ପଞ୍ଚାୟତର ସମସ୍ତ ଏମବିକେ, ମହିଳା ମହାସଂଘ, ସିଆରପି, ଇସି ମେମ୍ବର ଓ କୃଷକମାନେ ଯୋଗ ଦେଇଥିଲେ । ସେହିପରି ଡିହାପଡା ପଞ୍ଚାୟତ ଗଣ୍ଡକୁଳଠାରେ ମଧ୍ୟ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି ବୈଜ୍ଞାନିକ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ, ଡିହାପଡା ସରପଞ୍ଚ ଶତୃଘ୍ନ ମଲିକ, ସମିତି ସଭ୍ୟା ରେଣୁକା ସେଠୀ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଉପରେ ଆଲୋକପାତ କରିଥିଲେ । ଶେଷରେ ଗ୍ରାମ୍ୟ କୃଷି କର୍ମଚାରୀ ମିନତୀପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ । ଏଥିରେ ଡିହାପଡା ପଞ୍ଚାୟତ ଏମବିକେ, ମହିଳା ମହାସଂଘ, ସମସ୍ତ ସିଆରପି, ଇସି ମେମ୍ବର ଓ କୃଷକମାନେ ଯୋଗ ଦେଇଥିଲେ ।