ଏସ୍ଏନ୍ କଲେଜ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନାଚକ୍ର
ାା ପ୍ରଭାନୁ୍ୟଜ ।ା ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ " ଚକ୍ଷବଗ୍ଦଜ୍ଞବ ଞଷର ୪ଗ୍ଧଷ ଝଗ୍ଧବଗ୍ଧର କ୍ଟଲ ଗବଗ୍ଧଗ୍ଧରକ୍ସ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟର ଅଧ୍ୟାପକ ଡ଼. ଅଟଳ ବିହାରୀ ପଣ୍ଡା ଯୋଗ ଦେଇ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଜ୍ୟୋତିପୁଷ୍ପା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜାଏନୁଲ ଆବେଦିନ ଖାନ, ଅକ୍ଷୟ କୁମାର ପତି, ଗୋଲେଖ ଚନ୍ଦ୍ର ଧଳ, ରମେଶ ଚନ୍ଦ୍ର ତରାଇ, ଶରତ କୁମାର ଓଝା, କାହ୍ନୁଚରଣ ପଢିଆରୀ, ଡ.ରଞ୍ଜନ କୁମାର ରଥଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ବିଭାଗୀୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।