ବେଞ୍ଚ ଡେସ୍କ ବୋହିଲେ ଛାତ୍ର
ରାଜନଗର: ସରକାର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି । ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଶୁକ୍ଳ ଶିକ୍ଷା ଗ୍ରହଣ କରିବା ସହିତ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି । ଅନେକ ସ୍ଥାନରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନଥିବାରୁ ସେହି ବ୍ଲକର ଅନ୍ୟ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ବନେ୍ଦାବସ୍ତ କରାଯାଇଛି । ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ ଖେଳକୂଦ କରି ଭବିଷ୍ୟତ ଗଢିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଅଧ୍ୟକ୍ଷ ଓ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବୁଦ୍ଧିଜିବୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏଭଳି ଘଟଣା ଘଟିଛି ରାଜନଗର ବ୍ଲକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ । ଏହି ବ୍ଲକରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ବାଘତୈ÷ଳାର ଭିତିଭୂମି ନଥିବାରୁ ରାଜନଗର ଉଚ୍ଚ ବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ ଚାଲୁରହିଛି । ଆଦର୍ଶ ବିଦ୍ୟାଳୟ ପାଇଁ ଆସିଥିବା ବେଞ୍ଚ ଡେସ୍କକୁ ଛାତ୍ରମାନେ ଗାଡିରୁ ଓହ୍ଲାଇବା ସହ ଶ୍ରେଣୀ କକ୍ଷକୁ ବୋହି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏସଂପର୍କରେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସଦ୍ମା ଜାହିିନ୍ଙ୍କୁ ପଚାରିବାରୁ ଗାଡିରେ ବେଚଂ ଡେସ୍କ ଆସିଥିଲା । ଲେବର ନମିଳିବାରୁ ଆମେ ପିଲାଙ୍କ ସହ ମିଶି ବେଞ୍ଚ ଡେସ୍କ ବୋହିଥିଲୁ ବୋଲି କହିଥିଲେ । ଅପରପକ୍ଷରେ ଭାଇରାଲ ହେଉଥିବା ଭିଡିଓରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖିବାକୁ ମିଳିନାହିଁ । କେବଳ ଛାତ୍ରମାନେ ଗାଡିରୁ ବେଞ୍ଚ ଡେସ୍କ ଓହ୍ଲାଇବା ସହ ବୋହି ନେଉଥିବା ଦେଖାଯାଇଛି । ଅଧ୍ୟକ୍ଷା ଛାତ୍ରମାନଙ୍କୁ ଶ୍ରମିକ ଭଳି କାର୍ଯ୍ୟ କରାଇବା ଘଟଣା ପଦାକୁ ଆସିବା ପରେ ମିଛ ଟିପ୍ପଣୀ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପକୁମାର ନାଗଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ଆପଣଙ୍କଠାରୁ ଏସଂପର୍କରେ ଜାଣିବାକୁ ପାଇଲି । ଭିଡିଓ ଟିକେ ପଠାନ୍ତୁ । ଦେଖିବା ପରେ ଯାହାକିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।