ମିତ ଉତ୍ସବରେ ବୃକ୍ଷରୋପଣ
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ପୀଠ ଚୁରା ପାହାଡ ନିକଟସ୍ଥ ଫରଙ୍ଗ ଧାନ ମଣ୍ଡି ଠାରେ ଭିଏଲଇ ୟୁନିଅନ ଓଡ଼ିଶା କଳାହାଣ୍ଡି ଶାଖା ପକ୍ଷରୁ ହେଉଥିବା ମିତ ଉତ୍ସବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଗଣିତ ଭିଏଲ୍ଇ ଭାଇଭଉଣୀମାନଙ୍କର ପ୍ରଥମ ଜିଲ୍ଲାସ୍ତରୀୟ ମିତ ଉତ୍ସବରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣ ମିତ ପାଇଁ ଗଛଟିଏ ଲଗାଇବାର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୁଣ୍ୟ ଉକôଳ ଫାଉଣ୍ଡେସନ ତଥା ମୁଖ୍ୟ ପରାମର୍ଶ ଦାତା ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଡ. ଲିପିକା ଦାସ, ଆୟୁର୍ବେଦିକ ଚିକିତ୍ସକ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଫରଙ୍ଗ ସରପଞ୍ଚ ହୀରାବତୀ ଭୋଇ, ସଂଘର ରାଜ୍ୟ ସଭାପତି ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ପାଦକ ମନରଞ୍ଜନ ଦାସ, ବନ ବିଭାଗ ପକ୍ଷରୁ ବନରକ୍ଷୀ ବିଭୂତି ବାଗ, ସୁନୀତା ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଆଦିତ୍ୟ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିବେବେଳେ ଭିଏଲଇ ୟୁନିୟନର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।