ମନ୍ମଥ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ
କେନ୍ଦୁଝର : ରାଜ୍ୟରେ ଛାତ୍ର କଂଗ୍ରେସ ସଂଗଠନକୁ ମଜବୁତ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ରାଜ୍ୟ କମିଟି କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସୁପାରିଶକ୍ରମେ ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ସଭାପତି ବରୁଣ ଚୌଧୁରୀଙ୍କ ଅନୁମୋଦନ କ୍ରମେ ଯୋଡା ବ୍ଲକ ଭଦ୍ରାସାହର ଦକ୍ଷ ସଂଗଠକ ଓ ଛାତ୍ର ନେତା ମନ୍ମଥ ବାରିକଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ କମିଟିର ନୂତନ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଛାତ୍ର ନେତା ମନ୍ମଥ ବାରିକ ନୂତନ ନିଯୁକ୍ତିରେ ଖୁସିବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ପରିବାର କଂଗ୍ରେସ ଦଳ ସହିତ ରହିଛନ୍ତି ଏବଂ କଂଗ୍ରେସ ଦଳର ନୀତି, ଆଦର୍ଶ, ପରମ୍ପରା ଓ ସଂଗଠନରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବେ । ତାଙ୍କ ନିଯୁକ୍ତି ପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଏନଏସୟୁଆଇ ସଭାପତି ବରୁଣ ଚୌଧୁରୀ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ଜିଲ୍ଲା କଂଗ୍ରେସ ସଂଯୋଜକ ସଂଗୀତା ସିଂହ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କୁ କୃତଜ୍ଞତା ଜଣାଇଛନ୍ତି ।