ପଞ୍ଚାୟତିରାଜ ଯୁଗ୍ମ ନିଦେ୍ର୍ଦଶକଙ୍କ ଉନ୍ନୟନ ପ୍ରକଳ୍ପର ସମୀକ୍ଷା
ନବରଙ୍ଗପୁର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ନିଦେ୍ର୍ଦଶାଳୟ ଯୁଗ୍ମ ନିଦେ୍ର୍ଦଶକ ବିମ୍ବାଧର ସେଠୀ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ପହଞ୍ଚô କୋଷାଗୁମୁଡା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି । ଯୁଗ୍ମ ନିଦେ୍ର୍ଦଶକ ଶ୍ରୀ ସେଠୀ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରାୱାନଙ୍କ ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଡ଼ିଓ ଆଶୀଷ ତ୍ରିପାଠୀ ଓ କର୍ମଚାରୀ ବୃନ୍ଦ ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଦଶନ୍ଧି ଦଶନ୍ଧି ଧରି ବ୍ଲକ କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ରହିଥିଲା । ନୂତନ ସରକାର ଗଠନ ପରେ ସାଂସଦ ଇଂ ବଳଭଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର କୋଷାଗୁମୁଡା ବ୍ଲକରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା ମାଝୀଙ୍କ ମିଳିତ ପ୍ରୟାସରେ ବ୍ଲକ କାର୍ଯ୍ୟାଳୟ ସମେତ ପାରିପାଶ୍ୱିକ ପରିସରକୁ ଆକର୍ଷଣୀୟ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କରାଯାଇଛି । ବିଡିଓ ଆଶୀଷ ତ୍ରିପାଠୀଙ୍କ ପରିକଳ୍ପନାରେ ବ୍ଲକସ୍ତରୀୟ ଅଧିକାରୀଙ୍କ ସ୍ୱତନ୍ତ୍ର କୋଠରୀ ନିର୍ମାଣ ସହ ଆସୁଥିବା ହିତାଧିକାରୀମାନଙ୍କ ବସିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ପାନୀୟଜଳ ବ୍ୟବସ୍ଥା ଉପଲବ୍ଧ ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି । ସେହିଭଳି ମିଶନ ଶକ୍ତି କାଫେ ସମେତ ଏକ ଅତିଥ୍ୟ ବିଶ୍ରାମ ଗୃହ ଆଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି । ୨ ସହ ସିଟ ବିଶିଷ୍ଟ ଏକ ନୂତନ ବୈଠକ ଗୃହ ସହ ଜନପ୍ରତିନିଧିଙ୍କ ଗସ୍ତ ସମୟରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିର୍ମାଣ କରାଯାଇଛି । ପ୍ରସ୍ତାବିତ ବ୍ଲକସ୍ତରୀୟ ପାଠାଗାର ଓ ଅଡ଼ିଟୋରିଅମ ନିର୍ମାଣ ନିମନ୍ତେ କାର୍ଯ୍ୟ ଜାରି ରହିଛି । ଯୁଗ୍ମ ନିଦେ୍ର୍ଦଶକ ସମସ୍ତ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିବା ସହ ଉଦଘାଟନ ଅପେକ୍ଷାରେ ଥିବା ଆକର୍ଷଣୀୟ ମିଶନଶକ୍ତି କାପେ ପରିସରରେ ମିଶନଶକ୍ତି କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସର୍ବେଶ୍ୱରୀ ମାଝୀ, ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ବିଡିଓ ଆଶିଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।