ପଟ୍ଟାମୁଣ୍ଡାଇ କଲେଜର ସ୍ୱନକ୍ଷତ୍ର ଦିବସ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କଲେଜର ୫୫ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଛି । ଅଧକ୍ଷ ପ୍ରଫେସର ଡ଼ ଦୁଃଶାସନ ପରିଡାଙ୍କ ପୌରହିତ୍ୟ ଓ ଅଧ୍ୟାପକ ଚିନ୍ମୟ ସାମଲଙ୍କ ସଂଯୋଜନାରେ ଆୟୋଜିତ ଉସôବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ଉକôଳ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସମ୍ମାନିତଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । କଲେଜ ଅଧକ୍ଷ ପ୍ରଫେସର ଡ଼ ପରିଡା ସ୍ୱାଗତଭାଷଣ ଦେଇ କଲେଜର ବିଭିନ୍ନ ସମସ୍ୟା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧ୍ୟାପିକା ଡ଼ ଅଞ୍ଜଳି ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ପ୍ରାକ୍ତନ ଅଧକ୍ଷା ପ୍ରଫେସର ଡ଼ ପ୍ରେମଲତା ରାଉତ, ପ୍ରାଧ୍ୟାପକ ରଂଜିତ କେଶରୀ ସେନାପତି ପ୍ରାଧ୍ୟାପକ ଉମାକାନ୍ତ ପାତ୍ର,ପ୍ରାକ୍ତନ ଡେମଷ୍ଟ୍ରେଟର ବିଶ୍ୱନାଥ ଦାଶ ଓ ଗଣେଶ୍ୱର ଦାଶ, କଲେଜ ପ୍ରତିଷ୍ଠା ତା ସ୍ୱର୍ଗତ ବୃନ୍ଦାବନ ତ୍ରିପାଠୀଙ୍କ ପୁତ୍ର ଶ୍ରୀକାନ୍ତ ତ୍ରିପାଠୀ, ଅନ୍ୟତମ ପ୍ରତିଷ୍ଠାତା ସ୍ୱର୍ଗତ ଡା ପଦ୍ମନାଭ ତ୍ରିପାଠୀଙ୍କ ନାତି ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉସôବରେ ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ସର୍ବଶ୍ରୀ ପ୍ରଫେସର ପ୍ରଭାକର ରାଉତ ପ୍ରଫେସର ଅଧିକାରୀ ଲଷ୍ମୀ ନାରାୟଣ ଦାଶ, ପ୍ରଫେସର ଦେବବ୍ରତ ପ୍ରଧାନ,ପ୍ରଫେସର ଦୁର୍ଯେ୍ୟାଧନ ପରିଡା, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ବହୁ ପ୍ରାଧ୍ୟାପକ ଅଧ୍ୟାପକ ଅଧ୍ୟାପିକା, ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରାତନ ଛାତ୍ରସଂସଦ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମନେ ଯୋଗ ଦେଇଥିଲେ ।