ଓଜିବି ମ୍ୟାନେଜରଙ୍କୁ ସମ୍ବର୍ଦ୍ଧନା
କାକଟପୁର : ପୁରୀଜିଲ୍ଲା କାକଟପୁରସ୍ଥିତ ଓଜିବି ବ୍ୟାଙ୍କ ଶାଖା ପରିଚାଳକ ଭାସ୍କର ଚନ୍ଦ୍ର ଜେନାଙ୍କ ଉଦେ୍ଦଶ୍ୟରେ ଏକ ସମ୍ଭର୍ଦ୍ଧନା ଉସôବ ଶାଖା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଅଛି । ତାଙ୍କ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନେ ଦୁଃଖ ପ୍ରକାଶ କରି ଶ୍ରୀ ଜେନାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କ ବଦଳି ଦ୍ୱାରା ବ୍ୟାଙ୍କ ଜଣେ ଭଲ ମ୍ୟାନେଜରଙ୍କର ସେବାରୁ ବଞ୍ଚିତ ହେଲାବୋଲି ପ୍ରକାଶ କରିଥିଲେ । ଓଜିବି ବ୍ୟାଙ୍କ କାର୍ଯ୍ୟରତ ସହ-ପରିଚାଳକ ସରସ୍ୱତୀ ସ୍ୱାଇଁଙ୍କର କଟକ ବଦଳି ଫଳରେ ବ୍ୟାଙ୍କରେ କାର୍ଯ୍ୟରତ ଦୁଇ ଦୁଇ ଜଣ ଭଲ ସିନିୟର କର୍ମଚାରୀ ଯିବା ଦ୍ୱାରା ଗ୍ରାହକମାନେ ଦୁଃଖ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବରିଷ୍ଠ ଶାଖା ପରିଚାଳକ ପ୍ରଭାକର ଖୁଣ୍ଟିଆ, ଉଦୟପୁର ଶାଖା ପରିଚାଳଜ ସମୀର କୁମାର ନାୟକ, ଖଣ୍ଡାସାହି ଶାଖା ପରିଚାଳକ ରଞ୍ଜିତ କୁମାର ମହାନ୍ତି, ବାଙ୍ଗୁରୀଗାଁ ଶାଖା ପରିଚାଳକ ହିମାଦ୍ରୀ ଭୂଷଣ ସାହୁ, କୁଣ୍ଢେଇ ଶାଖା ପରିଚାଳକ ପ୍ରିୟବ୍ରତ ପୃଷ୍ଟି, ଲତାହରଣ ଶାଖା ପରିଚାଳକ ଯଶୋଦା ବେହେରା, ଅସ୍ତରଙ୍ଗ ଶାଖା ପରିଚାଳକ ଉମେଶ ଚନ୍ଦ୍ର ବାରିକ, ଆଳସାହି ଶାଖା ପରିଚାଳକ ପ୍ରଭୁପ୍ରସାଦ ବାହିନୀପତି ପ୍ରମୁଖ ଯୋଗଦେଇଥିବାବେଳେ ସନ୍ତୋଷ ଦୀକ୍ଷିତ, ସମ୍ପଦ ବରାଳ, ସଂଗ୍ରାମ ସ୍ୱାଇଁଙ୍କ ସମେତ ଶତାଧିକ ଗ୍ରାହକ ଯୋଗଦେଇ ଉଭୟ ପରିଚାଳକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିିତ କରିଥିଲେ ।