ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ
ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ଦେଶର ସମୁଦ୍ରକୂଳବର୍ତ୍ତୀ ଯେଉଁ କେତେକ ସ୍ଥାନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲବଣ ସତ୍ୟାଗ୍ରହ କରାଯାଇଥିଲା ତନ୍ମଧ୍ୟରୁ ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ି ଅନ୍ୟତମ ପ୍ରମୁଖ ସ୍ଥାନ । ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱ ଏବଂ ଅସ୍ତରଙ୍ଗର ଗାନ୍ଧୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୂର୍ଣାନନ୍ଦ ସ୍ୱାଇଁ ଓ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମଧୁସୂଦନ ମିଶ୍ରଙ୍କ ପରିଚାଳନାରେ କୁହୁଡ଼ିଠାରେ ୧୯୩୦ ମସିହା ମଇ ୨୧ ତାରିଖ ଦିନ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପରିପ୍ରେକ୍ଷୀରେ ପଣ୍ଡିତ ନୀଳକଣ୍ଠଦାସଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କୁହୁଡ଼ିଠାରେ ପ୍ରତିଷ୍ଠା କରାଯିବା ପାଇଁ ଉକôଳ ସଂଗ୍ରାମୀ ସ୍ମୃତି ସମିତି କାକଟପୁରଙ୍କ ତରଫରୁ ସରକାରଙ୍କ ନିକଟରେ ବହୁବାର ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧ୍ୱନସୁ ରାଜ୍ୟ ପ୍ରନୃତତ୍ତ୍ୱ ସଂସ୍ଥା ଦ୍ୱାରା ୨୧.୫. ୨୦୨୫ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୀଳକଣ୍ଠ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । ଏହି ଉତ୍ସବରେ ଜଗତସିଂହପୁର ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ, କାକଟପୁର ବିଧାୟକ ତୁଷାରକାନ୍ତୀ ବେହେରା, ଉକ୍ରଳ ସଂଗ୍ରାମୀ ସ୍ମୃତି ସମିତି ସଭାପତି ଅମିୟ ପଟ୍ଟନାୟକ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ସମିତି ଅଧ୍ୟକ୍ଷା ଆରତୀ ନାଏକ, ଅସ୍ତରଙ୍ଗ ସରପଞ୍ଚ ରାମ ଚନ୍ଦ୍ର କାଣ୍ଡି ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ରାଜ୍ୟ ପ୍ରନୃତତ୍ତ୍ୱ ସଂସ୍ଥା ଅଧ୍ୟକ୍ଷକ ଅଶ୍ୱିନ ଶତପଥୀ, ସହକାରୀ ଯନ୍ତ୍ରୀ ପ୍ରଶନ୍ନ ସାହୁ, ଗାନ୍ଧୀ ବିଚାରକ ପ୍ରଦଲ୍ଲାଦ ସିଂହ, ସୁଲେଖକ ରାକେଶ ପଣ୍ଡା, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ରବି ମଲ୍ଲିକ, ବାଇଧର ମଲ୍ଲିକ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ବ୍ଲକ ଉପାଧ୍ୟକ୍ଷ ଦୁର୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପ-ନିଦେ୍ର୍ଦଶକ ସନ୍ତୋଷ ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିୟ ସେଠୀ, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସସ୍ମିତା ବେହେରା ପରମୁଖ ଉପସ୍ଥିତ ଥିଲେ ।