ବିଦୁ୍ୟତ ଆଘାତରେ ଯୁବକଙ୍କ ମୃତୁ୍ୟ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାବନାପୁର ପଞ୍ଚାୟତ ହଳଦୀଗଡିଆ ଗ୍ରାମର ଜନୈକ ଯୁବକ ବିଦୁ୍ୟତ ଆଘାତରେ ବୁଧବାର ମୃତୁ୍ୟବରଣ କରିଥିବା ଜଣାଯାଇଛି । ଗ୍ରାମର ଦୁର୍ଯେ୍ୟାଧନ ଜେନା(୨୫) କେନାଲ ନିକଟ ଖାଲରୁ ପାଣି ଉଠାଇବା ପାଇଁ ବୁଧବାର ସକାଳ ୧୦.୩୦ମି. ସମୟରେ ମୋଟରରେ ବିଦୁ୍ୟତ ସଂଯୋଗ କରିବା ମାତ୍ରେ ଆଘାତ ପାଇ ଟଳିପଡିଥିଲେ । ନିକଟରେ ଥିବା ପରିବାର ଲୋକେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦୁର୍ଯେ୍ୟାଧନକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ସୂଚନା କ୍ରମେ ଥାନାରେ ୭/୨୫ନଂ ଅପମୃତୁ୍ୟ ମାମଲା ଋଜୁ କରାଯାଇ ବ୍ୟବଚ୍ଛେଦ ପାଇଁ ଶବ ଭଦ୍ରକ ପଠାଯାଇଥିଲା । ଅପରାହ୍ନରେ ଗ୍ରାମ ଶ୍ମଶାନରେ ଶବ ସଂସ୍କାର ଶୋକାକୂଳ ପରିବେଶରେ କରାଯାଇଥିଲା ।