ମସ୍କଟରୁ ମୃତଦେହ ଆଣିବାକୁ ନିବେଦନ 

 ବାଣପୁର : ବାଣପୁର ଥାନା ଗମ୍ଭାରୀମୁଣ୍ଡା ପଞ୍ଚାୟତ ବରପାଟଣା ଗ୍ରାମର ହରଷ ସାହୁ (୫୫)ଙ୍କର ଓମାନ ରାଜଧାନୀ ମସ୍କଟରେ ମୃତୁ୍ୟ ହୋଇଛି । ହରଷ ଗତ ପାଞ୍ଚ ବର୍ଷ ହେଲା ମସ୍କଟର ଜେନେରାଲ ଡେଭଲପମେଣ୍ଟ ସର୍ଭିସ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ମାତ୍ର ଚଳିତ ମାସ ୧୮ତାରିଖ ଦିନ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସେଠାରେ ଏକ ହସ୍ପିଟାଲକୁ ନିଆ ଯାଇଥିଲା ବେଳେ, ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କର କର୍କଟ ରୋଗରେ ମୃତୁ୍ୟ ହୋଇଥିବା ବେଳେ, ଘରେ ଗୋଟିଏ ପୁଅ ଦୁଇ ଝିଅ ଥିବା ବେଳେ ବୃଦ୍ଧ ପିଟା ମାତା ଅଛନ୍ତି । ପରିବାରର ଏକମାତ୍ର ରୋଜଗାର କ୍ଷମ ସଦସ୍ୟଙ୍କର ମୃତୁ୍ୟରେ ସମସ୍ତେ ଭାଙ୍ଗି ପଦଡ଼ିଥିବା ବେଳେ ୬ଦିନ ହେଲା ମୃତ ଦେହ ଆସି ପାରି ନ ଥିବାରୁ ରୀତି ନୀତି ଅନୁଯାୟୀ ଅନ୍ତେଷ୍ଟି କ୍ରିୟା ହୋଇ ପାରୁ ନ ଥିବାରୁ ପରିବାରରେ ଭାଳେଣି ପଡିଛି ଜ୍ଝମୃତ ଦେହ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ସ୍ଥାନୀୟ ସରପଞ୍ଚ ଓ ପୁରୀ ସାଂସଦଙ୍କୁ ଅନୁରୋଧ କରାହୋଇଛି । ବୈଦେଶିକ ମନ୍ତ୍ରାଳୟ ଏଥିପ୍ରତି ଦୃଷ୍ଟି ଦେବା ସହ ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।