କାର ବୁଲେଟ ଧକ୍କା, ଜଣେ ଗୁରୁତର

 କାକଟପୁର  : ଅସ୍ତରଙ୍ଗ ଅଞ୍ଚଳ ବର୍ତ୍ତମାନ ମଦ୍ୟପ, ବେପରୁଆ, ଦ୍ରୁତ ବାଇକ ଚାଳକଙ୍କ ହବ୍ ପାଲଟିଲା, ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି  । ଏଭଳି ଘଟଣା ପାଇଁ ସାଧାରଣ ଲୋକ ଏବେ ସାଇକେଲ ଦୂରର କଥା ପାଦରେ ଚାଲି ଚାଲି ମଧ୍ୟ ରାସ୍ତାରେ ଯିବାକୁ ଭୟ କରୁଛନ୍ତି  । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅସ୍ତରଙ୍ଗ ଉକୁଳେଇ ଛକ ନିକଟରେ କାର ଓ ବାଇକ ମଧ୍ୟରେ ଧକ୍କା ହୋଇ ବାଇକ ପଛରେ ବସିଥିବା ଯୁବକ ଗୁରୁତ୍ୱର ହୋଈଛନ୍ତି  । ସୂଚନା ମୁତାବକ ଅସ୍ତରଙ୍ଗରୁ କାକଟପୁର ରାସ୍ତାରେ ୨ ଗୋଟି ବୁଲେଟ ବାଇକ ଯଥା ଓଡି୦୨ସିଏ ୭୯୬୪ ଏହି ନମ୍ବର ବାଇକରେ ୩ ଜଣ ଯୁବକ ବସିଥିଲେ ଆଉ ଉକ୍ତ ଯୁବକଙ୍କ ପଛରେ ଆଉ ଏକ ଦ୍ରୁତ ବାଇକ ନମ୍ବର - ଓ ଡି ୦୨ ଡିଏ ୩୫୯୩ ରେ ୨ ଜଣ ଯୁବକ ଥିଲେ, ଉଭୟ ବାଇକ କୁ ଏତେ ଦ୍ରୁତ ଗତି ରେ ଆଣୁଥିଲେ ରାସ୍ତା କଡ଼ରେ ଓଡି ୦୨ଭି ୬୯୦୮ ନମ୍ବରର ଏକ ଧଳା ରଙ୍ଗ ମାରୁତି ସ୍ୱିଫ୍ଟ ସହ ସିଧା ଧକ୍କା କରିଥିଲେ  ।  ଦୁର୍ଘଟଣାର ତୀବ୍ରତା ଏତେ ଥିଲା ଯେ ଛିଡା ହୋଇଥିବା କାରର ଆଗ ଡାହାଣ ପଟ ଚକା ଫାଟି ଗୋଟେ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା  । ଆହାତ ଯୁବକଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ  । ଅନ୍ୟ ଚାରି ଜଣ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରି ଖସିପଳାଇଥିଲେ  ।  ଘଟଣା ଘଟିବା ପରେ ଅସ୍ତରଙ୍ଗ ପୁଲିସ ପହଞ୍ଚି ବାଇକକୁ ଉଦ୍ଧାର କରି ଥାନା କୁ ନେଇଛି  । ସମ୍ପୃକ୍ତ ଯୁବକ ମାନଙ୍କ ଠିକଣା ଏପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି ପୁଲିସ ସୁଚନା ଦେଇଛି  ।