ପଥପ୍ରାନ୍ତ ନାଟକ ‘ସ୍ୱଚ୍ଛତା ହିଁ ସେବା’

କେନ୍ଦ୍ରାପଡ଼ା : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସ୍ୱଚ୍ଛ, ସୁସ୍ଥ, ସବୁଜ ଏବଂ ସୁନ୍ଦର ପଟ୍ଟାମୁଣ୍ଡାଇ ଗଢ଼ିବା ପାଇଁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ସହାୟତାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ "ସ୍ୱଚ୍ଛତା ହିଁ ସେବା’ ସଫଳତାର ସହିତ ପରିବେଷିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ରଚନା ଏବଂ ନିଦେ୍ର୍ଦଶନାରେ ଅନୁଷ୍ଠାନର କଳାକାର କାଞ୍ଚନବାଳା ଷଡ଼ଙ୍ଗୀ, ଦେବ ପ୍ରସାଦ ବିଶ୍ୱାଳ, ବେଣୁଧର ଦାସ, ଅମର ବିଶ୍ୱାଳ, ପ୍ରଣତି ମଲିକ, ଲକ୍ଷ୍ମୀପ୍ରିୟା ମଲିକ, ସୁଜାତା ମଲିକ, ରାଧା ମଲିକ, ଗୋଲକ ବରାଳ, ଅଜୟ ଜେନା, ରମେଶ ଜେନା ପ୍ରମୁଖ ନୃତ୍ୟ, ସଙ୍ଗୀତ, ସଂଳାପ ଏବଂ ଶାଣିତ ଅଭିନୟ ମାଧ୍ୟମରେ ଏକ ସ୍ୱଚ୍ଛ, ସୁସ୍ଥ, ସବୁଜ, ସୁନ୍ଦର ପଟ୍ଟାମୁଣ୍ଡାଇ ସହର ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ପଲିଥିନ, ଜରି ଏବଂ ପ୍ଲାଷ୍ଟିକ ଦ୍ରବ୍ୟ ଆଦୌ ବ୍ୟବହାର ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସହରବାସୀଙ୍କୁ ପ୍ରତି ତିନି ବର୍ଷରେ ଥରେ ଅନୁମୋଦିତ ସେଶ୍ ପୁଲ୍ ଗାଡ଼ି ଏବଂ ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ନିଜର ପାଇଖାନା ଟାଙ୍କି ସଫା କରିବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ଅନୁମୋଦନ କ୍ରମେ, ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାଶ, ପ୍ରଫୁଲ୍ଲ କୁମାର ଦାଶ, ସରୋଜ ପଣ୍ଡା, ପ୍ରଭଞ୍ଜନ ସ୍ୱାଇଁ ଏବଂ ରାଜେଶ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।