ସାମ୍ବାଦିକ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା : ସ୍ୱତନ୍ତ୍ର ଆଇନ ଆଣିବାକୁ ଦାବି
ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକ ଉପରେ ବାରମ୍ବାର ଆକ୍ରମଣ, ଜୀବନରେ ମାରିବାକୁ ଧମକ ଦେବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ପାରିଲକ୍ଷିତ ହେଉଛି । ଗଣତନ୍ତ୍ର ରାଷ୍ଟ୍ରରେ ଏହା ଏକ ନିନ୍ଦନୀୟ ଘଟଣା ଅଟେ । ଗତ କିଛିଦିନ ତଳେ ବରଗଡ଼ ଜିଲ୍ଲାର କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଜନପ୍ରତିନିଧି ଦୁଃବ୍ୟବହାର କରିଥିଲେ । ଚଳିତ ମାସରେ କେନ୍ଦୁଝର ଜିଲ୍ଲାର ସୁକିନ୍ଦାରେ କର୍ତ୍ତବ୍ୟରତ ସାମ୍ବାଦିକକୁ ଅପହରଣ କରି ମାଡ଼ ମାରି ଅଚେତ ଅବସ୍ଥାରେ ଛାଡ଼ିଦେବା, ଅଳ୍ପଦିନ ତଳେ ବଲାଙ୍ଗୀରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକକୁ ଠିକାଦାର ଜଣଙ୍କ କଙ୍ଗାରୁ କୋର୍ଟରେ ଦଣ୍ଡ ଦେବା ଘଟଣା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ହେବା ସହ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଏହାକୁ ଆସିକା ସାମ୍ବାଦିକ ସଂଘ, ଘୁମୁସର ସାମ୍ବାଦିକ ସଙ୍ଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି । ଆସିକାର ସାମ୍ବାଦିକ ସୁରେନ୍ଦ୍ର ନାଥ ସାହୁ, ଘୁମୁସର ଅଞ୍ଚଳର ସାମ୍ବାଦିକ ମନୋଜ ମୁନି, ଗଙ୍ଗାଧର ଶତପଥି, ରୁଦ୍ର ନାରାୟଣ ପଣ୍ଡା, ସାମ୍ବାଦିକ ଯୋଗେନ୍ଦ୍ରନାଥ ପ୍ରଧାନ, ହୃଦୟକ୍ଷ ନନ୍ଦ ଜେନା, ରନôାକର ସାହୁ, ଅଜିତ ଦାଶ, ନରେନ୍ଦ୍ର ସାହୁ, ହରିହର ପାଢ଼ୀ, ସନ୍ତୋଷ ମିଶ୍ର, ହୋତା, ଶିଶିର ମହାନ୍ତି, ଜଗନ୍ନାଥ ସାହୁଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାର ସାମ୍ବାଦିକମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ପାଇଁ ଦାବି କରିଛନ୍ତି ।