ପରିକ୍ରମାର ଚତୁର୍ଦ୍ଦଶ ସ୍ୱନକ୍ଷତ୍ର : ରାମଦାସ ମୁର୍ମୁଙ୍କୁ ଜୀବନବ୍ୟାପୀ ସମ୍ମାନ ପ୍ରଦାନ
ାା ପ୍ରଭାନୁ୍ୟଜ୍ ।ା ରାଇରଙ୍ଗପୁର: ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ "ପରିକ୍ରମା'ର ଚତୁର୍ଦ୍ଦଶ ସ୍ୱନକ୍ଷତ୍ର ଉସôବ ଓ ବର୍ଷାନ୍ତ ଆଲୋଚନାଚକ୍ର "ଚିନ୍ତନ ୨୦୨୪- ସମ୍ଭାବନା-୨୦୨୫' ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା କବିତା ଆସର "ଶବ୍ଦରେ ଶିଶିର ' । ବିଶିଷ୍ଟ ସାରସ୍ୱତ ସାଧକ ଲଳିତ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଥିଲେ । କବି ଦିଗମ୍ବର ଗିରି କବିତାଗୁଡିକୁ ସଂଯୋଜନା କରିଥିବା ବେଳେ ରଞ୍ଜନ ନନ୍ଦ ଏହାକୁ ପରିଚାଳନା କରିଥିଲେ । କୋଡିଏରୁ ଉଦ୍ଧ୍ୱର୍ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ । ପରେ ବିଶିଷ୍ଟ କୁଇଜ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ "ପ୍ରଶ୍ନ ଆମର -ଉତ୍ତର ଆପଣଙ୍କର' ଅତି ଆକର୍ଷଣୀୟ ହୋଇଥିଲା । ସନ୍ଧ୍ୟାରେ ଆୟୋଜିତ ଉସôବରେ ମୁଖ୍ୟ ଅତିଥିଭାବେ ବାମନଘାଟି ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ସମ୍ମାନିତ ଅତିଥିଭାବେ ବୟନିକାର ରାଜ୍ୟ ସଭାପତି ପ୍ରକାଶ ମେହେର, ବଲିଉଡ ତାରକା ରାମ ସିର୍କା, ବରିଷ୍ଠ ସାମ୍ବାଦିକ ଦୀପକ ମହାପାତ୍ର ଯୋଗ ଦେଇଥିବା ବେଳେ ପରିକ୍ରମାର ସମ୍ପାଦକ ସୁବାସ ମଣ୍ଡଳ, ଉପଦେଷ୍ଟା ହରିହର ଗିରି, ମହେଶ୍ୱର ମହାନ୍ତ ମଂଚାସୀନ ଥିଲେ । ପରିକ୍ରମାର ମୁଖ୍ୟ କାର୍ଯ୍ୟନିର୍ବାହୀ ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ସଂଯୋଜକ ରଞ୍ଜନ ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଜୀବନବ୍ୟାପୀ ସାଧନା ନିମନ୍ତେ ବିଶିଷ୍ଟ ସାମ୍ବାଦିକ ଓ ସଂଗ୍ରାହକ ରାମଦାସ ମୁର୍ମୁଙ୍କୁ "ସଂସ୍କୃତି ରଥୀ ସମ୍ମାନ ', ବରିଷ୍ଠ ସାମ୍ୱାଦିକ ମାନିକ ଲାଲ ପାଣି, କ୍ରୀଡ଼ାବିତ ଓ ସଂଗଠକ ଗୌରୀ ଶଙ୍କର ସିହ୍ନା, ଛଉ ଉସ୍ତାଦ ଓ ବୃକ୍ଷ ମିତ୍ର ନାଥୁରାମ ହେମ୍ବ୍ରମ, କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ, ଯୋଗ ଓ ସ୍ୱଦେଶୀର ପ୍ରସାରକ ସତ୍ୟବ୍ରତ ଭୋଳ, ସାରସ୍ୱତ ସାଧକ ଚନ୍ଦ୍ର ବିଜୟୀ ମିଶ୍ରଙ୍କୁ "ଶିମିଳିପାଳ ଗୌରବ ସମ୍ମାନ' ପ୍ରଦାନ କରାଯାଇଥିଲା । ଦେବବ୍ରତ ପଟ୍ଟନାୟକ, ସାମ୍ବାଦିକ ସୁକୁମାର ରଣା, ସଙ୍ଗୀତ ନିର୍ମାତା ରାମଚନ୍ଦ୍ର ସୋରେନ, ନୃତ୍ୟ ନିଦେ୍ର୍ଦଶକ ମନୋଜ ମଲ୍ଲିକ,ଏସଏଲଏସ ମେମୋରିଆଲ ରେସିଡେନ୍ସିଆ ଲ ସ୍କୁଲକୁ "ପରିକ୍ରମା ଉକôର୍ଷ ସମ୍ମାନ -୨୦୨୪' ପ୍ରଦାନ କରାଯାଇଥିଲା । ସେହିପରି ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ଦେବବ୍ରତ ରଥଶର୍ମା, ବିଶିଷ୍ଟ ଗୋ ସମ୍ପଦ ସଂରକ୍ଷକ ଦିଲ୍ଲୀପ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଉଦୀୟମାନ ବ୍ୟାଡ଼ମିଣ୍ଟନ ଖେଳାଳି ମନୀଷ ପାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାଛଡା ଏହି ଉପଲକ୍ଷେ ଆୟୋଜିତ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାର ଷାଠିଏ ଜଣ କୃତି ପ୍ରତିଯୋଗୀଙ୍କୁ ପୁରାସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସମସ୍ତ କବି ଓ ଅତିଥିବୃନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରୀତି ଉପହାର ଦିଆଯାଇଥିଲା । ଶେଷରେ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସୁମଧୁର ସଙ୍ଗୀତ ପରିବେଷଣ କରାଯାଇଥିଲା ।