ବିଭିନ୍ନ ଭାଷାରେ ଲିଖିତ ହନୁମାନ ଚାଳିସା ଉନ୍ମୋଚନ

 ଆସିକା: ନୂଆବର୍ଷରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନଙ୍କ ଦ୍ୱାରା ଲିଖିତ ବିଭିନ୍ନ ଭାଷାର ଦୁଇ ଲକ୍ଷ ପିଚିସି ହାଜର ହନୁମାନ ଚାଳିସା ଉନ୍ମୋଚନ କରାଯାଇଛି । ଏପରି  ପ୍ରୟାସ ଆସିକା ସ୍ଥିତ ପ୍ରଣବ ଏଜୁକେସନ ଅନୁଷ୍ଠାନ ଦ୍ୱାରା ସମ୍ଭବ ହୋଇଛି । ପିଲାଙ୍କ ଭିତରେ ଏଭଳି ଏକ ସଂକଳ୍ପ ଭରି ଦେବାର ପ୍ରତିଫଳନ ହେଉଛି ଏହି ଅସମ୍ଭବ କାର୍ଯ୍ୟ । ହନୁମାନ ଚାଲିସା ଲେଖି ପିଲାଙ୍କ ମନରେ ଏକାଗ୍ରତା କରିବା ପାଇଁ ଏହି ପ୍ରୟାସ । ଯେଉଁ ଏକାଗ୍ରତା ବଳରେ ଛାତ୍ରଛାତ୍ରୀଙ୍କ ଆଧ୍ୟାତ୍ମିକ ଓ ବୌଦ୍ଧିକ ଶକ୍ତି ବୃଦ୍ଧି ପାଇବ । ତେଣୁ ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହନୁମାନ ଚାଳିସା ଲେଖିବାକୁ ବୁଝାଇ ଥିଲେ । ସେହି ଉଦ୍ୟମ ଫଳରେ ଏବେ ଆଜି ଦୁଇ ଲକ୍ଷ ପଚିସି ହଜାରେ ପହଂଚିଛି । ନୂଆଁ ବର୍ଷରେ ଏହି ଶିକ୍ଷା ଅନୁଷ୍ଠାନ ଉନ୍ମୋଚନ କରି ନୂଆଁ ସନେ୍ଦଶ ଯୁବପିଢିକୁ ଦେଇଛି । ଏହି ଅନୁଷ୍ଠାନର ଏପରି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସାର ଛୁଅ ଛୁଟିଛି । ସମ୍ପ୍ରତି ପିଲାଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ପାଇଁ ଏହି ହନୁମାନ ଚାଳିଶାର ଲେଖନ ଏକାନ୍ତ ଆବଶ୍ୟକ ରହିଛି । କାରଣ ହଜି ଯାଇଥିବା ପୂର୍ବ ପରମ୍ପରାକୁ ବର୍ତ୍ତମାନ କ୍ଷେତ୍ରରେ ଉଜ୍ଜୀବିତ କରିବା । ଯାହା ହିତ ଉଦେ୍ଧଶ୍ୟରେ ସାଧିତ ହେବ ତାହାକୁ ଏହି ଅନୁଷ୍ଠାନ କରି ଦେଖେଇବା ଏହା କିଛି କମ କଥା ନୁହେଁ ବୋଲି ଉନ୍ମୋଚନ କରି  ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅବସର ପ୍ରାପ୍ତ ପ୍ରଫେସର  ଡ. ପ୍ରଶାନ୍ତ ପଣ୍ଡା ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଣବ କୁମାର ରଥଙ୍କ ଉପସ୍ଥିତିରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଗୁରୁ ଗାୟତ୍ରୀ, ବେଦପାଠ,ଗାୟତ୍ରୀ, ହନୁମାନ ଚାଳିସା ପଠନ କରାଯାଇଥିଲା । ସଂଗଠନ ପକ୍ଷରୁ ସଚ୍ଚÿିଦାନନ୍ଦ ମହାନ୍ତି, ରବୀନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ରାଇଗୁରୁ, ରବୀନ୍ଦ୍ର ପାତ୍ର ସମେତ ବହୁ ସାଧକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।