ପରିତ୍ୟକ୍ତ ଅବସ୍ଥାରେ ପରିଚୟ ଗୃହ

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ୧୩ ନଂ ୱାର୍ଡସ୍ଥିତ ପରିଚୟ ଗୃହଟି ସ୍ଥାନୀୟ ବାସିନ୍ଦାଙ୍କ କାମରେ ଲାଗୁନଥିବା ବେଳେ ଏହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହାର ସୁଯୋଗ ନେଇ ଅସାମାଜିକ ଯୁବକ ଓ ମଦ୍ୟପ ବ୍ୟକ୍ତିମାନେ ଦିନ ରାତି ସେଠାରେ ଭିଡ ଜମାଉଛନ୍ତି । ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନାରେ ୭.୨୦ ଲକ୍ଷ ଟଙ୍କା ବ୍ୟଯରେ ଏନଏଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧ ବର୍ଷ ପୂର୍ବେ ଏହି ପରିଚୟ ଗୃହଟି ନିର୍ମାଣ କରାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ସେଠାରେ ଆଲୋକୀକରଣ ଓ ପାନୀୟ ଜଳର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନାହିଁ । ଏପରିକି ଏହାର ରକ୍ଷଣାବେକ୍ଷଣ ଦିଗରେ ଏନଏସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।