ପୋଷାକ ବିତରଣ ଉତ୍ସବ

ଚାନ୍ଦବାଲି: ଚାନ୍ଦବାଲି ଏନଏସି ଅନ୍ତର୍ଗତ ପାଟୁଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନ ପୋଷାକ ବିତରଣ ଉସôବ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ତପନ ସାହୁ,ସ ୁସାହିତ୍ୟିକ ଓ ସଂସ୍କୃତି ଗବେଷକ ତଥା ପରିବେଶବିତ୍ ପ୍ରଫୁଲ୍ଲ ଦାସ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାନସ କୁମାର ସାହୁଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ମାଧବାନନ୍ଦ ଓଝା ପିଲାମାନଙ୍କୁ ହାଉସ୍ ଡ୍ରେସ ବଣ୍ଟନ କରିଥିଲେ । ଓଡିଶା ସରକାରଙ୍କ ଗଂଗାଧର ମେହେର୍ ଶିକ୍ଷା ମାନକ ବୃଦ୍ଧି ଯୋଜନା ଓ ସମଗ୍ର ଶିକ୍ଷା ଯୋଜନାର ସମନ୍ୱୟରେ ବିଦ୍ୟାଳୟରେ ଏହି ନିଶୁଳ୍କ ପୋଷାକ ବିତରଣ କରାଯାଇ ବିଦ୍ୟାଳୟ ଶିକ୍ଷା ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରାଯାଉଛି । ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଭାକର ସାମଲ,ନିରଞ୍ଜନ ପତି,ସାଫଲ୍ଲ୍ୟ ମହାଳିକ,ନାରାୟଣ ନାୟକ,ମମତା ମହାଳିକ,ମମତାରାଣୀ ସ୍ୱାଇଁ ଓ ଶିବପ୍ରିୟା ମହାଳିକ ପ୍ରମୁଖ ପୋଷାକ ବିତରଣରେ ସହଯୋଗ କରିଥିଲେ ।