ବିପଦରେ ବ୍ରହ୍ମବରଦା ବଜାରଘାଟ ବ୍ରିଜ


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା, : ରକ୍ଷଣା ବେକ୍ଷଣ ଅଭାବରୁ ଝଡ଼ିପଡ଼ିଲାଣି ବାଡ଼ା କଂକ୍ରିଟ । ପୋଲିଆ ଉପରେ ଛୋଟଛୋଟ ଗାତ ହେଲାଣି ସୃଷ୍ଠି । ପୋଲକୁ ସଂଯୋଗ ରାସ୍ତାରେ ଫାଙ୍କ ଦେଖାଗଲାଣି । ଯାହା ବିପଦର ଆଶଙ୍କା ସୃଷ୍ଟି କରୁଥିଲେ ହେଁ ଗ୍ରାମ୍ୟ ଉନ୍ନୟନ ବିଭାଗର କିନ୍ତୁ ନିଦ ଭାଙ୍ଗୁନି । 
ଆମେ କହୁଛୁ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ଥିବା ଅଭିଭକ୍ତ ବ୍ରହ୍ମବରଦା ବଜାରଘାଟ ପୋଲର କଥା । ଯାହା ଏବେ ବିପଦସଙ୍କୁଳ ଅବସ୍ତା ଦେଇ ଗତିକରୁଛି । ନିମ୍ନମାନର କାମ ଓ ମରାମତି ଅଭାବରୁ ପୋଲର ଗୋଟିଏ ପାର୍ଶ୍ୱ ବାଡାଟି ସମ୍ପୂର୍ଣ୍ଣ ଦୁର୍ବଳ ହେବା ସହ କଙ୍କ୍ରିଟ୍ ସବୁ ଝଡ଼ି ପଡିରଡ ଗୁଡିକ ପଦାକୁ ବାହାରି ଗଲାଣି । ଫଳରେ ରଡ ଗୁଡିକ ବର୍ଷାପାଣି ଖାଇ ପୋଲର ପ୍ରତି ବିପଦ ଦେଖାଦେଇଛି । ତାଛଡା ପୋଲର ମଙ୍ଗରାଜପୁର ଖଣ୍ଡାସ ପଟୁ ପୋଲ ମୁଣ୍ଡକୁ ସଂଯୋଗ କରୁଥିବା ରାସ୍ତା ନିକଟରେହିଁ ପାଞ୍ଚ ଛଅ ଇଞ୍ଚର ଏକ ଫାଙ୍କ ସୃଷ୍ଟି ହେବା ସହ ପୋଲର କିଛି କିଛି ସ୍ଥାନରେ ଛୋଟ ଛୋଟ ଗର୍ତ୍ତ ମାନ ଦେଖା ଦେଇଛି । ଫଳରେ ଉକ୍ତ ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ସହ ସହ ସଂଖ୍ୟାରେ ଗାଡି, ମୋଟର, ବାଇକ ଆରୋହୀ ଓ ପଥଚାରୀ ମାନଙ୍କ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ଏହା ବ୍ୟତିତ ଉକ୍ତ ପୋଲ ଦେଇ ସବୁଦିନ ବାଲି ବୋଝେଇ ଗାଡି ଗୁଡିକ ଯିବା ଆସିବା କରିବା ଦ୍ୱାରା ଗାଡି ଡାଲାରୁ ମାଟିମିଶା ବାଲି ଖସିପଡି ପୋଲର ଉଭୟପାର୍ଶ୍ୱରେ ଗଦା ଗଦା ହୋଇ ଜମା ହୋଇ ରହୁଛି । ଫଳରେ ପୋଲ ରାସ୍ତାର ଉଭୟ ଅନାବନା ଘାସ ଗଛ ସବୁ ଉଠି ପୋଲର ସ୍ଥାୟିତ୍ୱକୁ ନଷ୍ଟ କରୁଛି । ସୂଚନା ଥାଉକି ପାଖାପାଖି ୨୫ ବର୍ଷ ପୂର୍ବରୁ ନିର୍ମିତ ଉକ୍ତ ବଜାରଘାଟ ପୋଲଟି ଯାଜପୁର ଆରଡି ବିଭାଗ ଅଧୀନରେ ରହିଛି । ନିମ୍ନମାନର କାମ ଯୋଗୁ ଏହାର ସ୍ଥାୟିତ୍ୱ ନଷ୍ଟ ହେଉଛି ବୋଲି ଉଭୟପାର୍ଶ୍ୱର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀମାନଙ୍କ ଅଣଦେଖା ଓ ମରାମତି ଅଭାବରୁ ପୋଲଟି ଧୀରେ ଧୀରେ ଦୁର୍ବଳ ହେଉଛି । ଯାହାର ତୁରନ୍ତ ମରାମତି ନହେଲେ ବିପଦ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।