କାର ପଛକୁ ପିଟିଲା କାର
ବାରଙ୍ଗ : ବାରଙ୍ଗଥାନା ଅନ୍ତର୍ଗତ ମଧୁପୁର ଛକରେ ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ କାର ପଛକୁ କାର ଧକା ଦେଇଥିଲା । ସୌଭାଗ୍ୟବଶତଃ ଉଭୟ କାର ଚାଳକ ସାମାନ୍ୟ ଆହାତ ହୋଇଥିଲେ । ଦୁର୍ଘଟଣାପରେ ଉତ୍ତେଜନା ଦେଖାଦେବାରୁ ଖବର ପାଇ ପୁଲିସ ଆସିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ପରେ ଗାଡି ଦୁଇଟିକୁ ପୁଲିସ ଥାନାକୁ ନେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ମଙ୍ଗଳବାର ସଂନ୍ଧ୍ୟା ୫ଟା ସମୟରେ ତ୍ରିଶୂଳିଆ ବଜାରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଓଡି ୦୫ଏପି ୫୫୧୦ କାରକୁ ପଛପଟରୁ ଆସୁଥିବା ଓଡି ୦୨ ସିବି ୧୫୬୨ ନମ୍ୱର କାର ଦୃତଗତିରେ ଆସି ମଧୁପୁର ଗାଁ ମୁଣ୍ଡରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ଉଭୟ କାରରେ ଥିବା ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇ ନଥିବାର ଜଣାପଡୁଛି । ଖବରପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ପରେ ଦେଖାଦେଇଥିବା ଉତେଜନା କମିଯାଇଥିଲା ।