ପହଞ୍ଚିଲେ ମୋଦି : ଉତ୍ସବମୁଖର ଝାରସୁଗୁଡ଼ା

ଝାରସୁଗୁଡା : ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଆସି ୧୧ଟା୧୦ମିନିଟ୍ରେ ଝାରସୁଗଡାରେ ପହଞ୍ଚିଛନ୍ତି। ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡଶୋରେ ଅମଲିପାଲି ସମାବେଶସ୍ଥଳକୁ ଯାଉଛନ୍ତି । ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋପାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ପାଇଁ ୧୭୦୦ କୋଟିର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର, ଶିକ୍ଷା, ସ୍ବାସ୍ଥ୍ୟ, ସଡ଼କ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣର କାର୍ଯ୍ୟକ୍ରମ ରହିଛି ।