ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ପରିବାର ତରଫରୁ ଆଜି "ସହଯୋଗ" ପରିବାରର ବରିଷ୍ଠ ଉପଦେଷ୍ଟା ତଥା ସମାଜସେବୀ ରବି ନାରାୟଣ ବେହେରାଙ୍କ ଭାଇ ଅନିରୁଦ୍ଧ ବେହେରାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୋଟା ସ୍ଥିତ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ପାଉଁରୁଟି, ବିସ୍କୁଟ, ମୁଢ଼ି, ଚୁଡ଼ା ଓ ପାଣି ବୋତଲ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆମର ବରିଷ୍ଠ ସକ୍ରିୟ ସଭ୍ୟ ଶ୍ୟାମ ସୁନ୍ଦର ପଟ୍ଟନାୟକ, ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ, ପଲ୍ଲବୀ ପ୍ରିୟଦର୍ଶିନୀ ପଟ୍ଟନାୟକ ଓ ପ୍ରଭାକର ଜୟସିଂହ ପ୍ରମୁଖ ସହଯୋଗ କରିଥିଲେ । ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ ସଭ୍ୟ ଅଧ୍ୟାପକ ଅଭିରାମ ପଣ୍ଡା, ବିଦ୍ୟାଧର ବିଶ୍ୱାଳ, ବାସୁଦେବ ମଣ୍ଡଳ ଓ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଉପସ୍ଥିତ ଥିଲେ ।