ବ୍ୟାସ ପ୍ରିଣ୍ଟିମିଡିଆ ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ
ବ୍ୟାସନଗର : ବ୍ୟାସ ପ୍ରିଂଟ ମିଡିଆ ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୌରାଞ୍ଚଳର ଶଶିଭୂଷଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହଯୋଗରେ ବିଭିନ୍ନ ଔଷଧିୟ, ଫୁଲ ଓ ଫଳ ଗଛ ରୋପଣ ଯାଇଥିଲା । କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଶରତ ପଥାଳ, ସମ୍ପାଦକ ଚିନ୍ତାମଣି ପାଢୀ, ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ, ଉମାକାନ୍ତ ରାଉତ, ପବିତ୍ର ରଞ୍ଜନ ମହାନ୍ତି, ପ୍ରଦୁ୍ୟମ୍ନ ବୋଇତାଇ, ଭରତ ଚନ୍ଦ୍ର ରାଉତ, ସୁଦିପ ମିଶ୍ର, କୈଳାସ ରାଉତ, ଜ୍ଞାନରଞ୍ଜନ ରାଉତ, ଶଶୀଭୂଷଣ ବାଳିକା ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ବେହେରା, ସୁଶ୍ରୀ ସଙ୍ଗୀତା ପଣ୍ଡା, ପୂର୍ଣିମା ଦାସ, ଭଞ୍ଜନ ବିଶ୍ୱାଳ, ବୀଣାପାଣି ବେହେରା, ସଂଯୁକ୍ତା ବିହାରୀ, ଅଭୟ ସ୍ୱାଇଁ, ଅଞ୍ଜଳି ମହାପାତ୍ର, ମାୟାଧର କବି, କର୍ମଚାରୀ ଭବାନୀ ଶଙ୍କର ମହାପାତ୍ର, ଟାଟାଷ୍ଟିଲର ପ୍ରଭାତ ରଞ୍ଜନ ପାତ୍ର, ସହଯୋଗୀ କଲ୍ୟାଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଗାମୀ ଦିନରେ ପୌରାଂଚଳରେ ସମସ୍ତ ସ୍କୁଲକୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ଆସୋସିଏସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
