ଶିବ ଜୟନ୍ତୀ ପାଳିତ 

 ଧର୍ମଶାଳା : ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଜାରକା ତରଫରୁ ୮୯ତମ ଶିବ ଜୟନ୍ତୀ ପାଳନ ହୋଇଯାଇଛି । ଧର୍ମଶାଳା ବ୍ଲକ ଜାରକା ଶାଖାର ଭାଇଭଉଣୀ ଏବଂ ମାତାମାନଙ୍କ ଦ୍ୱାରା ଶାନ୍ତି ଶୋଭାଯାତ୍ରା କରାଯାଇ ପରମାତ୍ମା ମହାଦେବଙ୍କ ସମେତ ଲକ୍ଷ୍ମୀନାରାୟଣଙ୍କ ଚୈତନ୍ୟ ମୂର୍ତୀ ରଥରେ ରଥାରୁଡ କରାଯାଇ ପରିକ୍ରମା କରାଯାଇଥିଲା । କାର୍ଯ୍ୟକ୍ରମରେ ମାନସୀ ଭଉଣୀ ଧ୍ୱଜା ଉତୋଳନ କରି ସମସ୍ତ ଭାଇ ଭଉଣୀ ଓ ମାତାମାନଙ୍କୁ ଶିବ ସନେ୍ଦଶ ଶପଥ ପାଠ କରାଇଥିଲେ । ଏହି ଅବସରରେ ଜାରକାସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ଇନରହି୍ୱଲ କ୍ଲବ ସଭାପତି ରଶ୍ମିତା ନାୟକ ଓ ପୁର୍ବତନ ଆରକ୍ଷୀ ଅଧିକ୍ଷକ କୁଞ୍ଜ ବିହାରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବଡଚଣା ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ବିକେ ମାନସୀ ଭଉଣୀ, ବିକେ ସରୋଜ ଭାଇ, କୁଆଖିଆ ସେବା କେନ୍ଦ୍ରର ସଂଚାଳିକା ବିକେ ସୁଧା ଭଉଣୀ, ଜାରକା ସେବା କେନ୍ଦ୍ରର ସଂଚାଳିକା ଅଳି ଭଉଣୀ ଯୋଗଦେଇ ମାନବ ସମାଜର କଲ୍ୟାଣ ଏବଂ ସତ୍ୟଧର୍ମ ସ୍ଥାପନ ପାଇଁ ଶିବରାତ୍ରର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । 
କାର୍ଯ୍ୟକ୍ରମକୁ ଜାରକା ସେବା କେନ୍ଦ୍ରର କୃଷ୍ଣ ଭାଇ,କଳାକର ଭାଇ,ବିରଜା ଭାଇ, ଧ୍ରୁବ ଭାଇ, ସଞ୍ଜିବ ଭାଇ, କ୍ଷିରୋଦ ଭାଇ, ଶୁସାନ୍ତ ଭାଇ, ସନ୍ତୋଷ ଭାଇ, ଅରୁଣ ଭାଇ, ସୁନାକର ଭାଇ, ଦୀନବନ୍ଧୁ ଭାଇ, ଲାଲମୋହନ ଭାଇ, ସାଧୁ ଭାଇ, ଟୁକୁ ଭାଇ, ଶକୁନ୍ତଳା ଭଉଣୀ, ସୁଚି ଭଉଣୀ, ମାନୁ ଭଉଣୀ ଏବଂ ବଡଚଣା ସେବା କେନ୍ଦ୍ରର ପ୍ରଫୁଲ୍ଲ ଭାଇ, ପଦ୍ମନାଭ ଭାଇ, ପଦ୍ମା ଭଉଣୀ ଓ ହରିପୁର ସେବା କେନ୍ଦ୍ରର ସରୋଜିନୀ ଭଉଣୀ ପମୁଖ ପରିଚାଳନା କରିଥିଲେ ।