ହିଙ୍ଗୁଳା ହାଇସ୍କୁଲର ପ୍ରତିଷ୍ଠା ଦିବସ
ଯାଜପୁର : ହିଙ୍ଗୁଳା ହାଇସ୍କୁଲ ଶଙ୍ଖଚିଲାର ୭୭ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଅଭିଜିତ ବାରିକ୍ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ପୁରାତନ ଛାତ୍ର ସଙ୍ଘର ସଭାପତି ଦୀନବନ୍ଧୁ ନାୟକ ଅତିଥି ଭାବେ ଯୋଗଦେଇ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର୍ ରଖି ବିଦ୍ୟାଳୟର ଗୈାରବ ଆଣିଥିବା ୩ଜଣ ଛାତ୍ରଛାତ୍ରୀ ଯଥା ସନ୍ଧ୍ୟାରାଣୀ ସାହୁ, ପୂର୍ଣ୍ଣିର୍ମା ନାୟକ ଓ ପ୍ରତିକ୍ କୁମାର ଦାସଙ୍କୁ ୧୯୬୯ପୁରାତନ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ପ୍ଲାଟିନମ୍ ଜୁବିଲି ମହୋତ୍ସବର ପୂର୍ଣ୍ଣ ସଫଳତା ପାଇଁ ମା’ହିଙ୍ଗୁଳାଙ୍କ ଠାରୁ ଆଜ୍ଞା ମାଳ ଓ ଶୁଭକଳସ ଅଣାଯାଇ ଦୀର୍ଘ ଏକ ବର୍ଷ ଠାରୁ ବିଦ୍ୟାଳୟ ଠାରେ ସ୍ଥାପନା କରଯାଇଥିଲା ତାହା ବିସର୍ଜନ କରାଯାଇଥିଲା । ଏଥି ସହିତ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର ସଙ୍ଘର ଉପସଭାପତି ସ୍ୱର୍ଗତ ବିଷ୍ଣୁ ଚରଣ ସାହୁଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହାକୁ ପୁରାତନ ଛାତ୍ର ସଂଘ କୋଷାଧ୍ୟକ୍ଷ ରଘୁନାଥ ସାହୁ ପରିଚାଳନା କରିଥିଲା ବେଳେ ଏଥିରେ ପଣ୍ଡିତ ସୂର୍ଯ୍ୟମଣି ଖୁଂଟିଆ, ବ୍ୟାସନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝି, କୋରେଇ ବ୍ଲକ କଂଗ୍ରେସ କମିଟି ସଭାପତି ଅକ୍ଷୟ କୁମାର ଜେନା, ଆଡଭୋକେଟ୍ ଚନ୍ଦ୍ର ଶେଖର ପଣ୍ଡା, ସୁଧାଂଶୁ ଦାସ୍, ନାରାୟଣ ଚନ୍ଦ୍ର ପତି, ଅବସରପ୍ରାପ୍ତ ଶିକ୍ଷକ ରବି ଶତପଥି, ଅମୀୟ କୁମାର ସାହୁ, ଅନନ୍ତ ଚରଣ ମଲିକ, ଶ୍ରୀଧର ଦାସ, ନନ୍ଦକିଶୋର ସାହୁ, ରବୀନ୍ଦ୍ର କୁମାର ମହାରଣା, ସ୍ମାଇଲ ଫାଉଣ୍ଡେସନର ପ୍ରତିଷ୍ଠାତା ସୌମ୍ୟବ୍ରତ ସାହୁ, ବୈକୁଣ୍ଠ ଚରଣ ସାହୁ, ଦେବେନ୍ଦ୍ର କୁମାର ସାହୁ, ଦିଲୀପ୍ କୁମାର ସାହୁ, ଅଶୋକ କୁମାର ପତି, ଆର୍ଯ୍ୟବିଭାଷ କୁମାର, ନନ୍ଦ କିଶୋର ମହାକୁଡ଼, ମଦନମୋହନ ସାହୁ, ଲିନା ରାଣୀ ପଥାଳ, କନକଲତା ସାହୁ, ଅଂଜନ କୁମାର ସାହୁ, ବିଜୟ କୁମାର, ଭାଗିରଥି ବାରିକ୍, ବାବାଜୀ ଚରଣ ସାହୁ, ଗଙ୍ଗାଧର ସାହୁ, କୈଳାସ ଚନ୍ଦ୍ର ପଣ୍ଡା , ଡଃ ଆଦିତ୍ୟ କୁମାର ସାହୁଙ୍କ ସହ ବିଦ୍ୟାଳୟ ସ୍କାଉଟ୍ ଓ ଗାଇଡ୍ର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।