କ’ଣ ଏହି ‘ସୁଦର୍ଶନ ଚକ୍ର’

ମହାଭାରତରେ ଆମେ ଦେଖିଛେ, କିଭଳି ମହାପ୍ରଭୁ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଜରିଆରେ ଶତ୍ରୁଙ୍କୁ ନାଶ କରୁଥିଲେ । ଶତ୍ରୁଙ୍କର ସବୁ ଅସ୍ତ୍ର ସୁଦର୍ଶନ ଚକ୍ର ଆଗରେ ଫୁ’ ହୋଇ ଯାଉଥିଲା । ଠିକ୍ ସେମିତି ଭାରତ ପାଖରେ ରହିଛି ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ୍ । ଯାହାକୁ କୁହାଯାଉଛି ଭାରତର ସୁଦର୍ଶନ ଚକ୍ର । ଏହା ଏକା ଥରେ ୭୨ଟି ମିସାଇଲ୍ ମାଡ଼ କରିପାରେ । ଏଥିରେ ସର୍ଟ, ମିଡ଼ିୟମ୍, ଲଙ୍ଗ ଓ ଭେରି ଲଙ୍ଗ ଭଳି ୪ ପ୍ରକାର ମିସାଇଲ୍ ରହିଛି । ୪୦ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁଙ୍କ ଅସ୍ତ୍ରକୁ ଏହା ପ୍ରହାର କରିବାର ସାମର୍ଥ ରଖିଛି ।