୨ମୋବାଇଲ ଚୋର ଗିରଫ
ପୁରୀ: ସମୁଦ୍ରକୂଳ ଥାନା ପୋଲିସ ୨ଜଣ ମୋବାଇଲ ଚୋରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମାନ୍ୟବର କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ଜେଲ ହାଜତକୁ ପଠାଇ ଦେଇଛନ୍ତି ।
ଅଭିଯୁକ୍ତ ଦ୍ୱୟ ହେଲେ ଗୋରାକବର ଲେନ୍ର ପାମା ଜାଲି ଓରଫ ସୁନୀଲ (୨୨) ଓ ରାମ ମନ୍ଦିର ଛକର ମିଟୁ ବେହେରା (୨୫) । ଅଭିଯୁକ୍ତମାନଭ୍କ ବିରୁଦ୍ଧରେ ବି.ଏନ୍.ଏସ୍ର ୩୦୯(୪), ୩(୫) ଦଫାରେ ୧୦୫/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୬ଟି ମୋବାଇଲ ଫୋନ୍ ଜବତ କରିଛି । ଅଭିଯୁକ୍ତ ସୁନୀଲ ବିରୁଦ୍ଧରେ ବିଭିନ୍ନ ଥାନାରେ ମାମଲା ମାନ ରହିଛି । ପିଣ୍ଟୁ ଜାଲି ରାସ୍ତାରେ ଯାଉଥିବା ବେଳେ ଓଡ଼ିଶା ବେକରୀ ଛକରୁ ଅଭିଯୁକ୍ତମାନେ ତାଙ୍କ ଠାରୁ ମୋବାଇଲଟି ଛଡ଼ାଇ ନେଇଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା ।