ପାକିସ୍ତାନ୍ରେ ଓଡ଼ିଶା ସିମ୍


ଅବୈଧ ସିମ୍କୁ ନେଇ ବିଭିନ୍ନ ପ୍ରକାର ଅପରାଧ ସୃଷ୍ଟି ହେଉଥିଲେ ସୁଦ୍ଧା ଅବୈଧ ସିମ୍ର କାରବାର ବନ୍ଦ ହେଉନାହିଁ । ବର୍ତ୍ତମାନ ଏ କ୍ଷେତ୍ରରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଭାରତରୁ ସିମ୍ କାର୍ଡ୍ କିଣି ଅବୈଧ ଭାବରେ ତାକୁ ପାକିସ୍ତାନ୍ରେ ବ୍ୟବହାର କରିବା ପାଇଁ ପଠେଇ ଦିଆଯାଉଛି । ଏହି ସିମ୍ କାର୍ଡ୍ ଗୁଡ଼ିକ ବେନାମୀ ଭାବରେ କିଣାଯାଉଛି । ବର୍ତ୍ତମାନ ଓଡ଼ିଶାରୁ ୧୦ଟି ଜିଲ୍ଲାରୁ ଏହିଭଳି ବେନାମୀ ସିମ୍କାର୍ଡ୍ କିଣାଯାଇ ପାକିସ୍ତାନ୍କୁ ପଠାଯାଉଥିବା ଜଣାପଡ଼ିଛି । ଗ୍ରାମାଞ୍ଚଳରେ ତଥା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଆଧାର କାର୍ଡ୍ ଧରି କଲ୍ ସେଣ୍ଟର୍ କିମ୍ବା ଅନ୍ୟାନ୍ୟ ଘରୋଇ ଇଣ୍ଟରନେଟ୍ ବ୍ୟବସ୍ଥା ଥିବା ଦୋକାନକୁ ଯାଉଛନ୍ତି । ସେଠାରେ ଏହି ଅଜ୍ଞ ଲୋକମାନଙ୍କର ଆଧାର କାର୍ଡ୍କୁ ଫଟୋ ଉଠାଇ ରଖି ନିଆଯାଉଛି ଏବଂ ଗୋଟିଏ ଥର ଓଟିପିରେ ଫିଙ୍ଗରପ୍ରିଣ୍ଟ୍ ନେବା ବଦଳରେ ୪/୫ ଥର ଫିଙ୍ଗରପ୍ରିଣ୍ଟ୍ ନିଆଯାଉଛି । ଥରକରେ ଯାହା ହେବା କଥା ତାକୁ ୪/୫ ଥର କରି ସେହି ମାଧ୍ୟମରେ ଜଣେ ଜଣେ ଲୋକଙ୍କ ନାମରେ ୪-୫ଟି ଲେଖା ସିମ୍ କିଣି ତାକୁ କଳାବଜାରରେ ବିକ୍ରି କରାଯାଉଛି । ବିଶେଷ କରି ଇଣ୍ଟରନେଟ୍ ସେଣ୍ଟର୍ ଗୁଡ଼ିକରେ ଏଭଳି ହେଉଥିବାରୁ ପ୍ରକୃତ ଅପରାଧୀଙ୍କୁ ଧରିବା କଷ୍ଟକର ହୋଇପଡୁଛି । କିଏ, କେବେ, କେଉଁ କାମ ପାଇଁ କେତେଥର ଓଟିପି ପାଇଥିଲେ ଏବଂ ଫିଙ୍ଗରପ୍ରିଣ୍ଟ ଦେଇଥିଲେ, ତାହା ପ୍ରାୟତଃ ଲୋକେ ମନେ ରଖୁନାହାଁନ୍ତି । କିନ୍ତୁ କେତେକ ଇଣ୍ଟରନେଟ୍ ସେଣ୍ଟର୍ରେ ଲୋକମାନଙ୍କୁ ଠକାମୀ କରିକ୍ତ୍ୁ ରାଷ୍ଟ୍ରକୁ ମୋବାଇଲ୍ ସିମ୍ ପଠାଯାଉଛି । ସେଠାରୁ ଆସୁଥିବା କଲ୍ ଗୁଡ଼ିକରେ +୯୧ ବଦଳରେ +୯୨ କୋଡ୍ ଦେଖାଇ କଲ୍ ଆସୁଛି । ତେଣୁ +୯୨ କୋଡ୍ ଦେଖାଇ ଆସୁଥିବା କଲ୍ ଗୁଡ଼ିକୁ ନ ଉଠାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । 
ଯାହା ଜଣାପଡ଼ିଛି ଓଡ଼ିଶାର ଢ଼େଙ୍କାନାଳ, ବାଲେଶ୍ୱର, ମୟୁରଭ, କଟକ, କେନ୍ଦ୍ରାପଡ଼ା, ଅନୁଗୋଳ, ଯାଜପରୁ ଏବଂ ଭଦ୍ରକ ଜିଲ୍ଲାରୁ ସବୁଠାରୁ ବେନାମୀ ସିମ୍ ରାଜ୍ୟ ବାହାରକୁ ଚାଲାଣ ହୋଇଛି । ନିରୀହ ଗ୍ରାମାଞ୍ଚଳର ଲୋକମାନେ ଏଥିରେ ଫସି ଯାଉଛନ୍ତି । ସାଇବର୍ ଠକମାନେ ଏହି ସିମ୍ ପିଛା ୫୦୦ରୁ ୧୦୦୦ ଟଙ୍କା ଦେଇ ସେଗୁଡ଼ିକୁ ଅପରାଧୀମାନଙ୍କୁ ବିକ୍ରି କରୁଛନ୍ତି । ଏହି ବେନାମୀ ସିମ୍ ବର୍ତ୍ତମାନ ପାକିସ୍ତାନ୍ରେ ଆତଙ୍କବାଦୀ କାର୍ଯ୍ୟକଳାରେ ଲିପ୍ତ ଥିବା ବ୍ୟକ୍ତିମାନେ ବ୍ୟବହାର କରୁଛନ୍ତି । ସେମାନେ ବ୍ୟବହାର କରୁଥିବା ସିମ୍ ଗୁଡ଼ିକରେ କିମ୍ବା ଦେଶ ଭିତରେ ଥାଇ ସେମାନେ ବ୍ୟବହାର କରୁଥିବା ଏହି ସିମ୍ରେ ସିମ୍ କିଣାଯାଇଥିବା ସହରର ନାଁକୁ ଦର୍ଶାଉଛି । ଏହିଫଳରେ ବେଆଇନ୍ ଏବଂ ଚୋରା ସିମ୍ ବୋଲି ଧରିବା ମଧ୍ୟ କଷ୍ଟକର ହୋଇପଡୁଛି । ତେଣୁ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳର ଲୋକମାନେ କିମ୍ବା ସହରାଞ୍ଚଳର ଲୋକମାନେ ଏକାଧିକ ଥର ଓଟିପି ଏବଂ ଫିଙ୍ଗରପି୍ରଣ୍ଟ୍ ଦେଉଥିଲେ ସେଭଳି କମ୍ପୁ୍ୟଟର କେନ୍ଦ୍ର ଗୁଡ଼ିକର ତଥ୍ୟକୁ ଗୁଇନ୍ଦା ବିଭାଗକୁ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ଟୋଲ୍ ଫ୍ରି ନମ୍ବରର ବ୍ୟବସ୍ଥା ହେବା ଆବଶ୍ୟକ । ଏ ପ୍ରକାରର ଠକେଇରେ ସହରାଞ୍ଚଳର ଲୋକମାନେ ମଧ୍ୟ ଠକି ହୋଇଯିବାର ସମ୍ଭାବନା ରହୁଛି । ଏକାଧିକ ଥର ଫିଙ୍ଗରପି୍ରଣ୍ଟ୍ ନିଆଯାଉଥିବା କମ୍ପୁ୍ୟଟର କେନ୍ଦ୍ର ବିଷୟରେ ସରକାରଙ୍କର ଗୁଇନ୍ଦା ବିଭାଗ ସତର୍କ ନଜର ରଖିବା ଆବଶ୍ୟକ । ନିଜ ଦେଶ ଭିତରୁ ଅନ୍ୟ ସ୍ଥାନକୁ ସିମ୍ ଚାଲି ଯାଉଥିବା ବେଳେ ତାକୁ ଧରି ନ ପାରିଲେ ଲୋକମାନଙ୍କର ଅସତର୍କତାକୁ ଦୋଷ ଦେଇ ହେବ ନାହିଁ । କାରଣ ଅସତର୍କ ବ୍ୟକ୍ତିମାନେ ଧୋକ୍କାବାଜିର ସ୍ୱୀକାର ହେଉଛନ୍ତି । କମ୍ପୁ୍ୟଟର କେନ୍ଦ୍ର ଗୁଡ଼ିକ ସିମ୍ ପିଛା ମାତ୍ର ୫୦୦ କି ହଜାରେ ଲୋଭରେ ଦେଶଦ୍ରୋହୀମାନଙ୍କୁ ସହଯୋଗ କରୁଛନ୍ତି । ଏକଥା ମଧ୍ୟ ସିମ୍କାର୍ଡ୍ ବିକ୍ରେତାମାନେ ଜାଣିବା ଆବଶ୍ୟକ । ଲୋକମାନେ ଏ ବିଷୟରେ ସତର୍କ ହେବା ସହିତ ସରକାର ମଧ୍ୟ କୌଣସି ନୂଆ ପଦ୍ଧତି ମାଧ୍ୟମରେ ଓଟିପି ସେୟାରିଂ ଏବଂ ଫିଙ୍ଗର୍ପି୍ରଣ୍ଟ ବ୍ୟବସ୍ଥାରେ ହେରାଫେରି ହେଉଥିଲେ ଧରିବାକୁ ଚେଷ୍ଟା କରିବା ଉଚିତ୍ ।