ମୁଦ୍ରା, ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥôକ ବିଷମତା

ଗୋପାଳ ମହାପାତ୍ର : 
ଆଜିର ବିଶ୍ୱସ୍ତରୀୟ ଅର୍ଥ ବ୍ୟବସ୍ଥାରେ ମୁଦ୍ରା କେବଳ ବିିିନିମୟର ମାଧ୍ୟମ ହୋଇ ରହିନାହିିଁ, ବରଂ ଶାସନ, ନୀତି ଏବଂ ସାମାଜିକ ବିଭାଜନର ପ୍ରକରଣ ପାଲିଟି ଯାଇଛି । ମୁଦ୍ରା ଏବଂ ବ୍ୟାଙ୍କିଙ୍ଗ୍ ପ୍ରଣାଳୀ ଗୋଟିଏ ପଟେ ସମାଜରେ ଆର୍ଥôକ କ୍ରିୟାକୁ ଗତିଶୀଳ କରୁଥିବା ବେଳେ ଅନ୍ୟପଟେ ଏକ ଗଭୀର ଏବଂ ସ୍ଥାୟୀ ବିଷମତାର ମଞ୍ଜି ବୁଣି ଦେଇଛି । ପ୍ରାକ୍କାଳର ସ୍ୱର୍ଣ୍ଣମୁଦ୍ରା ଠାରୁ ଆରମ୍ଭ କରି ଏବେର ମୁଦ୍ରା (କାଗଜ ଟଙ୍କା) ଏବଂ ଡିଜିଟାଲ ଟଙ୍କା ପର୍ଯ୍ୟନ୍ତର ଯାତ୍ରା କେବଳ ଟେକନିକ ବିକାଶ ତା ନୁହେଁ ଏହା ଶାସନ ବା ସତ୍ତା-ସମ୍ପର୍କ ଏବଂ ସାମାଜିକ ନ୍ୟାୟର କଥା କହିଥାଏ । ପ୍ରାକ କାଳରେ ବସ୍ତୁ ବିନିମୟରୁ ଆରମ୍ଭ ହୋଇ ମୁଦ୍ରାର ବିକାଶ ହୋଇଥିଲା । ଯେତେବେଳେ ମୁଦ୍ରା ଧାତୁ ଆଧାରିତ ଥିଲା ବିଶେଷକରି ସୁନା ବା ରୁପାର ସେତେବେଳେ ତାର ଅନ୍ତର୍ନିହିତ ମୂଲ୍ୟଥିଲା । କିନ୍ତୁ ଯେତେବେଳେ କାଗଜ ମୁଦ୍ରା (ଟଙ୍କାର) ବ୍ୟବସାୟ ଆରମ୍ଭ ହେଲା ମୁଦ୍ରାର ବାସ୍ତବିକ ମୂଲ୍ୟ ଏବଂ ତାର ସ୍ୱୀକୃତି ରାଷ୍ଟ୍ରର ଗ୍ୟାରେଣ୍ଟି ଉପରେ ନିର୍ଭର କଲା । ଡିଜିଟାଲ ଯୁଗରେ ଏହା ଆହୁରି ଅମୂର୍ତ୍ତ ହୋଇଗଲା ଓ ଏବେ ଏହା କେବଳ ଖାତା ବା ପାସବୁକରେ ଦରଜ କରାଯାଉ ଥିବା ଅଙ୍କଭାବେ ରହିଗଲା । ଏହି ଅମୂର୍ତ୍ତତା ମୁଦ୍ରାକୁ ଏକ ରାଜନୈତିକ ଉପକରଣ ଭାବେ ପରିଗଣିତ କରିଦେଲା ଯାହାର ସୃଜନ ଓ ନିୟନ୍ତ୍ରଣ ଶକ୍ତି ସୀମିତ ସଂସ୍ଥା ମାନଙ୍କର ହାତରେ କେନ୍ଦ୍ରିତ ହୋଇଗଲା  ।
ଯେତେବେଳେ ରାଷ୍ଟ୍ର ବା ଦେଶ ଅଧିକ ମୁଦ୍ରା ଛପାଇଥାଏ ସେତେବେଳେ ମୁଦ୍ରାସ୍ଫୀତି ସୃଷ୍ଟି ହୁଏ ଯେଉଁଥିପାଇଁ ମୁଦ୍ରାର ମୂଲ୍ୟ ହ୍ରାସ ପାଇଥାଏ । କିନ୍ତୁ ଏହି ହ୍ରାସ ସବୁକୁ ପ୍ରଭାବିତ କରିନଥାଏ । ଶ୍ରମିକଙ୍କ ଆୟ ସ୍ଥିର ରହିଥାଏ ପରନ୍ତୁ ସେମାନଙ୍କ ଜୀବନ-ଶୈଳୀ ମହଙ୍ଗା ହୋଇଯାଏ, ପୁଞ୍ଜିପତିଙ୍କ ସମ୍ପତ୍ତିର ମୂଲ୍ୟ ବଢିଯାଏ ଯେପରି ଜମି, ଅଂଶଧନ (ଶେୟାର) ଓ ସୁନା । ଏହି ପ୍ରକାର ମୁଦ୍ରାର ଅମୂର୍ତ୍ତତା ଏବଂ ସୃଜନର ଅସମାନ ପ୍ରଣାଳୀ ଶ୍ରମର ଶୋଷଣ ଏବଂ ସମ୍ପତ୍ତି ଆଧାରିତ ଆୟର ବର୍ଚ୍ଚସ୍ୱ ବୃଦ୍ଧି କରିଥାଏ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ଭଳି ପ୍ରଣାଳୀ । ଏସବୁ ସୁବିଧା ଜନକ ନିଶ୍ଚୟ ହେଲେ ଏହା ପଛରେ ଏକ ସର୍ବବ୍ୟାପକ ଦୃଷ୍ଟି ରଖିଥିବା ତନ୍ତ୍ର ମଧ୍ୟ ସକ୍ରିୟ ରହିଛି । ଏହି ତନ୍ତ୍ର ନିମ୍ନ ଏବଂ ମଧ୍ୟମ ବର୍ଗର ଆର୍ଥୀକ ବ୍ୟବହାର ଉପରେ ନଜର ରଖିଥାଏ । ଅଙ୍କନ ଏବଂ ମୂଲ୍ୟାଙ୍କନ ସମ୍ଭବ ହୋଇଥାଏ ଯେଉଁଥି ପାଇଁ ସାମାଜିକ ସହାୟତା ଯୋଜନା, କ୍ରେଡିଟ ସ୍କୋର ବା ସାମାଜିକ ସ୍ଥିତିରେ ଭେଦଭାବ ଭଳି ପରିସ୍ଥିତି ଦେଖାଯାଇଥାଏ ।    
ମୁଦ୍ରା ଏବଂ ବ୍ୟାଙ୍କିଙ୍ଗ୍ର ବିକାଶ ଏମିତି ଏକ ସମାଜକୁ ଜନ୍ମ ଦେଇଛି  ଯେଉଁଠି ବାସ୍ତବିକ ଉତ୍ପାଦନ ଆପେକ୍ଷା ଆର୍ଥôକ ବ୍ୟାପାର, ଟ୍ରେଡିଙ୍ଗ ଏବଂ ନିବେଶ ଅଧିକ ଲାଭଦାୟକ ହୋଇଯାଇଛି  । ଏହା ଫଳରେ ଶ୍ରମିକ ଏବଂ ଉତ୍ପାଦକ ବର୍ଗଙ୍କ ଭୂମିକା ଗୌଣ ହୋଇଯାଇଛି ଏବଂ ବିତ୍ତୀୟ ବର୍ଗ ସାମାଜିକ ଶକ୍ତିର କେନ୍ଦ୍ର ପାଲିଟିଯାଇଛି । ଏହା ଏଭଳି ସଂରଚନା ଯାହା ଆର୍ଥôକ ଅସମାନତାକୁ ଜନ୍ମ ଦେବା ସହ ଅସମାନତାକୁ ସଂସ୍ଥାଗତ ରୂପ ମଧ୍ୟ ଦେଇଥାଏ । ଯୁକ୍ତି କରାଯାଇପାରେ ଯେ ମୁଦ୍ରା ଏବଂ ବ୍ୟାଙ୍କିଙ୍ଗର ଏହି ରୂପ ବା ବ୍ୟବସ୍ଥା କେବଳ ଆଧୁନିକତାର ସ୍ୱାଭାବିକ ପରିମାଣ ଅଟେ । କିନ୍ତୁ ଏହାକୁ ଠିକ୍ ବୋଲି କୁହାଯାଇ ପାରିବ ନାହିଁ । ଏହି ସଂପୂର୍ଣ୍ଣ ବ୍ୟବସ୍ଥା ରାଜନୈତିକ ଏବଂ ନୀତିଗତ ବିକଳ୍ପ ଦ୍ୱାରା ନିର୍ମିତ କରାଯାଇଛି । ମୁଦ୍ରାର ସୃଜନ ପ୍ରକ୍ରିୟା ଉପର ଲୋକଙ୍କର ନିୟନ୍ତ୍ରଣ ନାହିଁ  । ଏ ପ୍ରସଙ୍ଗରେ ଚିନ୍ତା କରାଯିବା ଆବଶ୍ୟକ ଯେ ବ୍ୟାଙ୍କମାନେ ଡିପୋଜିଟ୍ ରଖୁଥିବା ଜମାକାରୀଙ୍କୁ ସେମାନଙ୍କ ଫିକ୍ସଡ ଡିପୋଜିଟ୍ ଉପରେ ଯେଉଁ ସୁଧ ଦେଉଛନ୍ତି ତାର ହାର ମୁଦ୍ରାସ୍ଫୀତିର ହାର ତୁଳନାରେ କେତେ? ମୁଦ୍ରା ଏବଂ ବ୍ୟାଙ୍କିଙ୍ଗ୍ର ଅମୂର୍ତ୍ତ ରୁପ ଆର୍ଥôକ ଗତିବିଧିକୁ ବ୍ୟାପକ ଏବଂ ତୀବ୍ର କରିଥାଏ ହେଲେ ଅନ୍ୟ ପକ୍ଷରେ ସମାଜରେ ଆର୍ଥôକ ବିଷମତାକୁ ବୈଧ ଏବଂ ସ୍ଥାୟୀକରି ଦେଇଥାଏ । ଯଦି ଏହାକୁ ରୋକାନଯାଏ ତେବେ ଭବିଷ୍ୟତରେ ଏମିତି ଅବସ୍ଥା ସୃଷ୍ଟି ହେବ ଯେଉଁଠି ମୁଦ୍ରାର ସୁବିଧା କେବଳ ଗୋଟିଏ ବର୍ଗଙ୍କୁ ମଳିବ ଏବଂ ଶୋଷଣ ଅନିବାର୍ଯ୍ୟ ହୋଇଯିବ । ମୁଦ୍ରା ଭୌତିକ ହେଉ, ଡିଜିଟାଲ ହେଇ ବା କ୍ରିପ୍ଟୋ ହେଉ ସଂସ୍ଥାନ ଶୂନ୍ୟତାରେ କାମ କରିଥାଏ ନା କିଛି ଖାସ୍ ସଂସ୍ଥାନ ମୁହଁ ସାମଞ୍ଜସ୍ୟ ସ୍ଥାପନ କରି କାର୍ଯ୍ୟ କରିଥାଏ ବା ଚାଲିଥାଏ । 
ମୁଦ୍ରା କେବଳ ବିନିମୟର ମାଧ୍ୟମ ନୁହେଁ ଏହା ଏକ ସାମାଜିକ ଅନୁବନ୍ଧ, ସାମାଜିକ ଶକ୍ତି ଏବଂ ନ୍ୟାୟ ପ୍ରକ୍ରିୟାର ଅଂଶ ଅଟେ । ଯେତେବେଳ ରାଷ୍ଟ୍ର ବା ବ୍ୟାଙ୍କ ମୁଦ୍ରାର ନିର୍ମାଣ (ଛପାଇବା) କରିଥାନ୍ତି ସେତେବେଳେ ତାହା କେବଳ ଆର୍ଥôକ ପ୍ରବାହ ନୁହେଁ ସାମାଜିକ ସମ୍ପର୍କରେ ସଂରଚନା ମଧ୍ୟ ସ୍ଥିର କରିଥାଏ । ଯେଉଁ ସମାଜରେ ମୁଦ୍ରା ହାସଲ କରିବା ଆର୍ଥôକ ସ୍ଥିତି, କ୍ରେଡିଟ୍ ସ୍କୋର ବା ସମ୍ପତ୍ତି ଉପରେ ନିର୍ଭର କରେ, ସେଠି ମୁଦ୍ରା ସାମାଜିକ ବିଭାଜନ ପାଇଁ ବାଟ ଖୋଲି ଦେଇଥାଏ ଏବଂ ସାମାଜିକ ନ୍ୟାୟ ବିପର୍ଯ୍ୟସ୍ତ ହୋଇଥାଏ । ମୁଦ୍ରାର ଅର୍ଥ ଶାସ୍ତ୍ରକୁ କେବଳ ଟେକନିକ୍ ବା ମୂଲ୍ୟ ସିଦ୍ଧାନ୍ତ ଦୃଷ୍ଟିରେ ନୁହେଁ ବରଂ ସାମାଜିକ, ରାଜନୈତିକ ଏବଂ ନୈତିକ ଦୃଷ୍ଟିରେ ଦେଖିବା ଉଚିିିତ୍ । ଆମକୁ ଏହି ବ୍ୟାପକ ଦୃଷ୍ଟିକୋଣକୁ ଆପଣେଇବାକୁ ପଡିବ । ଏହା କେବଳ ଯେ ଉପଯୋଗିତା ନୁହେଁ ବରଂ ସମୟର ଆବଶ୍ୟକତା ବୋଲି କୁହାଯାଇପାରେ  ।
ରାମଚନ୍ଦ୍ରପୁର, ରଣପୁର
ମୋ - ୯୪୩୮୪୮୫୦୯୪