ପାଖେଇ ଆସୁଛି ଦେବସ୍ନାନ ଯାତ୍ରା

 ନିଶ୍ଚିନ୍ତକୋଇଲି : ଆଉ ଦିନ ୧୫ଟା ପରେ ଭବିଷ୍ୟତ ମାଳିକା ରଚୟିତା ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ମହାଦେବସ୍ନାନ ଯାତ୍ରା । ଏହି ଯାତ୍ରାରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୮ରୁ ୧୦ଲକ୍ଷ ଶ୍ରଦ୍ଧାଳୁ ନେମାଳ ପୀଠରେ ପହଞ୍ଚô ପ୍ରଭୁଙ୍କ ଦର୍ଶନ କରିବା ସହିତ ଚିତ୍ରୋତ୍ପଳା ବାଲି ମେଳାରେ ନିଜକୁ ସାମିଲ କରିଥାଆନ୍ତି । ଯାତ୍ରାର ୨/୩ ଦିନ ପୂର୍ବରୁ ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥମାନେ ଆସି ପହଞ୍ଚô ନିକଟସ୍ଥ ଅଲେଖ ମହିମା ଆଶ୍ରମରେ ମେଳା କରିବା ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଇବା ପାଣିର ସୁବିଧା ସାଙ୍ଗକୁ ବିଦୁ୍ୟତ୍ସେବା, ଗମନାଗମନ ପାଇଁ ରାସ୍ତାଘାଟର ମରାମତି, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଆଖପାଖ ଅଞ୍ଚଳରେ ପ୍ରତିଶେଧକ ବ୍ୟବସ୍ଥା ପୂର୍ବ ବର୍ଷମାନଙ୍କରେ ୧୫ଦିନ ପୂର୍ବରୁ କରାଯାଇଥାଏ । ପ୍ରଶାସନ ପକ୍ଷରୁ ପଦ୍ମବନ ପୀଠ ଠାରେ ଏକ ବୈଠକ ଡକାଯାଇ ଆଖପାଖ ଅଂଚଳର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସେବାୟତ, ଗଣମାଧ୍ୟମର ପ୍ରତିନିଧି, ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା ପର୍ଯ୍ୟାଲୋଚନା କରିବାର ନଜିର ରହିଥିଲେ ମଧ୍ୟ ଚଳିତ ବର୍ଷ ଅଦ୍ୟାବଧି ବୈଠକ କରାଯାଇନାହିଁ । ସୂଚନାଯୋଗ୍ୟ ଯେ, ଗତ ବିଜେଡି ସରକାରଙ୍କ ସମୟରେ ପୀଠର ଉନ୍ନତି ପାଇଁ ପ୍ରାୟ ୨୫ କୋଟି ଟଙ୍କାର ଅନୁଦାନ ଦିଆଯାଇଥିବାରୁ ବର୍ତ୍ତମାନର ସରକାରଙ୍କ ନିଦେ୍ର୍ଦଶମେତ ଏହି କାମ ଚଳିତ ମାସ ୧୧ତାରିଖ ଠାରୁ କାମ ଆରମ୍ଭ ହୋଇଛି । ଦାୟିତ୍ୱ ନେଇଥିବା ଠିକାଦାରଙ୍କ ଦ୍ୱାରା ଚର୍ତୁପାଶ୍ୱର୍ର ପିଲାର ବସାଇବା ପାଇଁ ଗାତ ଖୋଳାଯାଇ ପିଲାର ବସାଯାଉଥିବାରୁ ଦୂର ଦୂରାନ୍ତରୁ ଆସିବାକୁ ଥିବା ଭକ୍ତମାନେ କିପରି ସୂଚାରୁ ରୂପେ ପ୍ରଭୁଙ୍କ ଦର୍ଶନ କରିବେ ସେଥିପ୍ରତି ବେଳହୁଁ ସଜାଗ ରହିବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ପ୍ରଶାସନ ପାଖରେ ଦାବି କରାଯାଇଛି । ତେବେ ବେଳହୁ ସାଧବାନ ନ ହେଲେ ପୀଠରେ ଯଦି କୌଣସି ପ୍ରକାର କିଛି ଅପ୍ରୀତିକର ପରିସ୍ଥିତି ଉପୁଜେ ସେଥିପ୍ରତି ଜିଲ୍ଲାପ୍ରଶାସନ ଦାୟୀ ରହିବ ବୋଲି ଅଚୁ୍ୟତପ୍ରେମୀ ଭକ୍ତମାନେ ମତପ୍ରକାଶ କରିଛନ୍ତି ।