ପାଟନରକୁ ୪୦ ଲକ୍ଷ ଚୁନ; ଠକ ଗିରଫ
ଭୁବନେଶ୍ୱର, ୪ା୧ : ଉଭୟ ଠକ ଓ ଅଭିଯୋଗକାରୀ ପାଟନର ଭାବେ ବିଲଡର ସଂସ୍ଥା ଆରମ୍ଭ କରି ଶେଷରେ ପାଟନରଙ୍କୁ ୪୦ ଲକ୍ଷ ଟଙ୍କା ଚୁନ ଲାଗଇ ଠକ ପାଟନର ବିଶାଖାପାଟ୍ଟଣାକୁ ଫେରାର । ଏନେଇ ଭରତପୁର ଥାନାରେ ଅଭିଯୋଗକାରୀ ଶୋଷମା କୋସି ଅଭିଯୋଗ କରିବା ପରେ ପୁଲିସ ଟିମ ମାମଲା ରୁଜୁକରି ତଦନ୍ତ ଚଳାଇ ପ୍ରଥମେ ଅଭିଯୁକ୍ତକୁ ନୋଟିସ୍ କରାଯାଇଥିଲା । ହେଲେ ସେ ନ ଆସିବାରୁ ଗତକାଲି ଭରତପୁର ଥାନାର ଏକ ଟିମ ବିଶାଖାପାଟ୍ଟଣାକୁ ଯାଇ ଅଭିଯୁକ୍ତକୁ ଗିରଫ କରିବା ସହ ସେଠାରେ କୋର୍ଟରେ ପ୍ରନୁ୍ୟସି କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଆଜି ଭୁବନେଶ୍ୱରରେ ପହଞ୍ଚିଛି ଟିମ । ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ବିଶାଖାପାଟ୍ଟଣାର ଜି. କଲ୍ୟାଣ ରାଓ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଓ ଅଭିଯୁକ୍ତ ଦୁହେଁ ୨୦୨୧ ମସିହାରେ ପାଟନର ଭାବେ ଏକ ବିଲଡ଼ର ସଂସ୍ଥା ଆରମ୍ଭ କରିଥିଲେ । ରାଜଧାନୀରୁ କୋଟି କୋଟି ଟଙ୍କା ପାଇବା ଆଶାରେ ଦୁହେଁ ଏଗ୍ରିମେଣ୍ଟ ମଧ୍ୟ କରିଥିଲେ । ଫଳରେ ଯାହା ଲାଭ କିମ୍ବା ମୁଳ ବାହାରିବା ଦୁହେଁ ଅଧା ଅଧା ପାଇବାର ଚୁକ୍ତି ମଧ୍ୟ ରହିଥିଲା । ହେଲେ ଅଭିଯୁକ୍ତ କଲ୍ୟାଣଙ୍କ ଚୁକ୍ତିର ତାରିଖ ସରିଯାଇଥିଲେ ବି ସେ ଆଉ ପାଟନର ତଥା ଅଭିଯୋଗକାରୀଙ୍କୁ ୪୦ ଲକ୍ଷ ଟଙ୍କା ଦେଇନଥିଲେ । ଓଲୋଟି ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଏକ ନୋଟିସ୍ କରିଥିଲା । ହେଲେ ଅଭିଯୁକ୍ତ ପୁଲିସର ନୋଟିସକୁ ଫୁ କରିଦେଇଥିଲେ । ଫଳରେ ଭରତପୁର ଥାନାର ଏକ ଟିମ ଅଭିଯୁକ୍ତର ଲୋକେସନ ଓ ମୋବାଇଲକୁ ଟ୍ରାକିଂ କରି ବିଶାଖାପାଟ୍ଟଣାରେ ଯାଇ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।