ପାଟରୁ ଅଜଣା ଶବ ଉଦ୍ଧାର

ଦାନଗଦୀ: ସୋମବାର ଅପରାହ୍ନରେ ଦାନଗଦୀ ପୁଲିସ ବଗେଇ ଶିବ ମନ୍ଦିର ଦକ୍ଷିଣ ପାର୍ଶ୍ୱ ରେଳ ଧାରଣା କଡ଼ରେ ଥିବା ପାଟ ମଝିରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛି । କଳା ରଙ୍ଗର ଅଜଣା ଲୋକ ବୟସ ପାଖପାଖି ୪୫ ହେବ ସେ ଲୁଙ୍ଗି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସ୍ଥାନଟି ଦାନଗଦୀ ବ୍ଲକ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଛିପୁର ପଞ୍ଚାୟତର ସୋଲଗାଡ଼ିଆ ହୋଇଥିବା ବେଳେ ମୃତ ଲୋକଟିର ପରିଚୟ ମିଳିପାରିନାହିଁ । ପୁଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ମେଡ଼ିକାଲକୁ ପଠାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।