ସୁକିନ୍ଦାରୁ ଚୋରି ଟିପ୍ପର ଢ଼େଙ୍କାନାଳ ଅଞ୍ଚଳରୁ ଜବତ

ସୁକିନ୍ଦା: ଏହି ଥାନା ଅନ୍ତର୍ଗତ ଆମ୍ପଳବା ନିକଟ ପେଟ୍ରୋଲ ପମ୍ପ ପରିସରରୁ ଚୋରୀ ଏକ ଟିପରକୁ ପୁଲିସ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଜବତ କରିଛି । ସୁକିନ୍ଦା ହାତିବାରୀ ରାସ୍ତାର ଆମ୍ପଳବା ନିକଟସ୍ଥ ପଟ୍ଟନାୟକ କେ.ଏସ.କେ ପେଟ୍ରୋଲ ପମ୍ପରେ ରବିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଗାଡ଼ିର ମାଲିକ ଅଭିଯୋଗ କରିଥିଲେ । ଖରଡ଼ିଗ୍ରାମରହେମନ୍ତ କୁମାର ସାହୁଙ୍କ ଓଆର୦୯କେ-୩୨୭୪ ନମ୍ବର ବିଶିଷ୍ଟ ଟିପରକୁ ଡ୍ରାଇଭର ସଂପୃକ୍ତ ପେଟ୍ରୋଲ ପମ୍ପରେ ରଖି ଘରକୁ ଯାଇଥିଲେ । ସୋମବାର ଡ୍ରାଇଭର ଗାଡ଼ି ନେବାପାଇଁ ପହଞ୍ଚିବା ପରେ ଗାଡ଼ି ନଥିବା ଦେଖି ମାଲିକଙ୍କୁ ସୂଚନା ଦେଇଥିଲା । ମାଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପେଟ୍ରୋଲ ପମ୍ପରେ ଥିବା ସିସିଟିଭି ଫୁଟେଜ ଦେଖି ପୁଲିସ ଘଟଣାର ତଦନ୍ତ ଜାରୀ ରଖିଥିଲା । ଗାଡ଼ି ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗ୍ରାମ ନିକଟରେ ଥିବା ସୂଚନା ପାଇ ପୁଲିସ ଜବତ କରିଥିଲା ।