ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ସଠିପୁର ଗ୍ରାମର ପୂଜା ସେଠୀ (୨୧) ନାମକ ଯୁବତୀଙ୍କ ସହିତ ପାଖ ଘରର ଶ୍ରୀହରୀ ପାତ୍ରଙ୍କ ପୁଅ ଆନନ୍ଦ (୨୪)ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ମାତ୍ର ଯୁବତୀର ପରିବାର ନିଚ ଜାତିର ହୋଇଥିବାରୁ ପୁଅର ପରିବାର ଲୋକ ଉକ୍ତ ବିବାହରେ ରାଜି ହୋଇନଥିଲେ । ଆନନ୍ଦ ପ୍ରେମିକାକୁ ପ୍ରବର୍ତାଇ ଗତ ୭ତାରିଖ ଦିଲ୍ଲୀ ପଳାଇ ଯାଇ ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲା । ଏଣେ ଘରେ ଝିଅକୁ ନପାଇ ଯୁବତୀଙ୍କ ମାଆ ପରଦିନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଉକ୍ତ ଅଭିଯୋଗଟିକୁ ଗ୍ରହଣ କରି ଏକ ନିଖୋଜ ମାମଲା ଦାୟର କରିଥିଲା । ତେବେ ଗତକାଲି ଆନନ୍ଦ ତାର ପ୍ରେମିକାକୁ ଧରି କଟକରେ ଆସି ସମ୍ପର୍କୀୟଙ୍କ ଘରେ ରହିଥିଲା । ଆନନ୍ଦର ପରିବାର ଲୋକ ଉକ୍ତ ବିଷୟରେ ଜାଣିପାରି ଉଭୟ ପରିବାର ବସି ବାହାଘର କରାଇବୁ ବୋଲି ଆନନ୍ଦର ବାପା ପ୍ରତିଶ୍ରୁତି ଦେବା ସହିତ ଉଭୟଙ୍କୁ ଘରକୁ ଫେରିଆସିବାକୁ କହିଥିଲେ । ଯୁବତୀ ଜଣକ ଯିବା ପରେ ଆନନ୍ଦ ଓ ତାର ବାପା, ମାଆ ଘରେ ତାଲା ପକାଇ ଉକ୍ତ କାରରେ ଫେରାର ହୋଇଯାଇଥିଲେ । ପ୍ରେମିକାର ଘର ନିକଟରୁ ମାତ୍ର ୧୦୦ ମିଟର ଦୁରରେ ଥିବା ପ୍ରେମିକାର ଘର ହୋଇଥିବାରୁ କୈାଣସି ମତେ ବାହାରକୁ ଆସି ରାତି ଦୁଇଟା ବେଳୁ ଘର ଆଗରେ ଧାରଣାରେ ବସିଥିଲେ । ଗ୍ରାମର କିଛି ଲୋକ ଏସଂପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କୁ ଧରି ଥାନାକୁ ଆଣିଥିଲା ।