ସାଙ୍ଗ ସାଥିଙ୍କୁ ଭେଟି ଭୋଟ ମାଗୁଛନ୍ତି ବଳଭଦ୍ର
ବ୍ୟାସନଗର : ବିଜେଡ଼ି ନେତା ବଳଭଦ୍ର ଦାସ ବୋଉ ତଥା ବିଜେଡ଼ି କୋରେଇ ବିଧାନସଭା ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କ ପାଇଁ ସାଙ୍ଗସାଥିଙ୍କୁ ଭେଟି ଭୋଟ ମାଗୁଛନ୍ତି । ବଳଭଦ୍ର ବ୍ୟାସନଗର ଠାରେ ରହି ପାଠ ବଢୁଥିଲେ । ପାଠପଢିବା ସମୟର ଅନେକ ସାଙ୍ଗ ସାଥି ରହିଥିବାରୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ବୋଉ ପାଇଁ ଭୋଟ ମାଗୁଛନ୍ତି । ଗଲାକିଛିଦିନ ହେବ ବଳଭଦ୍ର କୋରେଇ ବିଧାନସଭାରେ ଥିବା ପିଲା ଦିନର ସାଙ୍ଗକୁ ଭେଟିଲେଣି । ଆଜି ଗୁରୁଦ୍ୱାର ଅଞ୍ଚଳରେ ରହୁଥିବା ସାଙ୍ଗଙ୍କୁ ଭେଟି ବୋଉକୁ ଭୋଟ ଦେବାକୁ ଅନୁରୋଧ ରଖିଥିିଲେ । ବଳଭଦ୍ର ଗୁରୁମତ ସିଂହ, ରସପାଲ ସିଂହ.ଯଶପାଲ ସିଂହ, ସୁରଜିତ ସିଂହ, ଇନ୍ଦ୍ରଜିତ ସିଂହ, ସୋହାନ ସିଂହ, ସୋହନ ସିଂହ, ଅମରଜିତ କୈାରଙ୍କ ସହ ଅନ୍ୟମାନଙ୍କ ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ । ସାଙ୍ଗରେ କୁଳମଣି ରାଉତ୍ ଥିଲେ